ହରଗୌରୀ ଯାତ୍ରାର ମେଲୋଡିରେ ବିଧାୟକ ପଦ୍ମନାଭ ବେହେରାଙ୍କ ଭଜନ ସଂଗୀତ ପରିବେଷଣ 

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଢ଼େରାପଡାର ପ୍ରସିଦ୍ଧ ହରଗୌରୀ ଯାତ୍ରାରେ ପ୍ରତିଦିନ ହରଗୌରୀଙ୍କ ଠାରେ ତେଲୁଗୁ ରୀତିନୀତି ଅନୁଯାୟୀ ପୂଜାପାଠ ଚାଲିଛି। ରାୟଗଡ଼ା ଜିଲ୍ଲା ଗୁମୁଡାରୁ ଆସିଥିବା ତେଲୁଗୁ ପାନ୍ତୁଲୁ ଏ. ଦୁର୍ଗାପ୍ରସାଦଙ୍କ ସମସ୍ତ ପୂଜାବିଧି ନିର୍ବାହ ହେଉଥିବା ବେଳେ ଆଜିର ରୁଦ୍ରାଭିଷେକ, ଷୋଡଶ ଉପଚାର ପୂଜା ଓ ସୋନପୁର ର ହରିଓଁ ମେଲୋଡି କଳାକାରଙ୍କ ସମ୍ବଲପୁରୀ ସଂଗୀତ ସମେତ  ବିଭିନ୍ନ କଳାକାରଙ୍କ ବିଭିନ୍ନ ଲାଇଫ ଷ୍ଟେଚ୍ୟୁ  ଯାତ୍ରା ର ମୁଖ୍ୟ ଆକର୍ଷଣ ଥିଲା। ଆଜି ସପ୍ତମ ଦିନର ରୁଦ୍ରା ଭିଷେକର କର୍ତ୍ତା ଭାବରେ କେ ତୁଳସୀ ପାତ୍ର ସପତ୍ନୀକ ଓ ଶ୍ରୀ ମେହେରଙ୍କ ଦ୍ଵାରା  ପୂଜା ଅନୁଷ୍ଠିତ ହୋଇଥିଲା। ଦେବଦମ୍ପତିଙ୍କୁ ଏକ ମଞ୍ଚ ଉପରେ ବସାଇ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇ ସମସ୍ତଙ୍କ ଘରେ ପ୍ରସ୍ତୁତ କୁଡୁମୁଲ୍ଲୁ ନାମକ ଏକ ସ୍ଵାଦିଷ୍ଟ ମଣ୍ଡା ହାରଗୌରିଙ୍କ ଠାରେ ଲାଗି ହୋଇଛି। ପରଂମ୍ପରା ଅନୁଯାୟୀ ହରଗୈ।ରୀ ଙ୍କଠାରେ ପ୍ରତିଦିନ ବିଭିନ୍ନ ଘରେ ପ୍ରସ୍ତୁତି ବିଭିନ୍ନ ପିଠାପଣା ଲାଗି କରାଯାଉ ଥିବାବେଳେ ହର ଗୌରୀ ମହାପ୍ରଭୁ  ଶୋଭାଯାତ୍ରାରେ ବାହାରି ପୂଜା ପାଇଥିଲେ ଏବଂ ଢେରା ସାହିରେ ଭକ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେl ଯାତ୍ରାର ସପ୍ତମ ଦିବସ  ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ପଦ୍ମନାଭ ବେହେରା, ପ୍ରଫେସର୍ ନୀଳାମ୍ବର ଶତପଥୀ, ବିଜୁ ଛାତ୍ର ଜନତା ରାଜ୍ୟ ସାଧାରଣ ସମ୍ପାଦକ ଅମୀୟ ରଞ୍ଜନ ଦାଶ, ଢେରା ସମ୍ପ୍ରଦାୟର ଭୁବନେଶ୍ୱର ସଭାପତି, ସମ୍ପାଦକ ଇଂ କେ. କ୍ରିଷ୍ଣା ରାଓ, ଯୋଗେଶ୍ୱର ରାଓ, କେ. ଦିଲ୍ଲୀପ ବାବୁ, ପୂଜା କମିଟି ସଭାପତି ଦିଲ୍ଲୀପ ପାତ୍ର, ସମ୍ପାଦକ ଜନ୍ମଞ୍ଜୟ ପାତ୍ର, ଉପ ସଭାପତି ଆନନ୍ଦ ପାତ୍ର, ସତ୍ୟ ନାରାୟଣ ରାଓ ଯୋଗ ଦେଇ ଥିଲେ। ଏହି ସର୍ବ  ପୁରାତନ ତେଲଗୁ ସମ୍ପ୍ରଦାୟର ରୀତି ନୀତି ପରମ୍ପରା  ଓ ଯାତ୍ରାକୁ ବଜାୟ ରଖିଥିବା ବିଷୟ ଆୟୋଜକକୁ ଅତିଥିମାନେ ଖୁବ ପ୍ରଶଂସା କରିଥିଲେ। ବିଧାୟକ ମେଲୋଡ଼ିରେ ଭଜନ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ। ଉଭୟ ଦିବସର ସଭାକୁ ଯାତ୍ରା କମିଟି ସଭାପତି ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର ସଂଯୋଜନା କରି ଅତିଥି ସ୍ୱାଗତ କରିଥିବାବେଳେ  ଜନ୍ମଞ୍ଜୟ ପାତ୍ର ଧନ୍ୟବାଦ ଦେଇଥିଲେ।  ସଦସ୍ୟ ମନୋରଞ୍ଜନ ତ୍ରିପାଠୀ, ବୈକୁଣ୍ଠ ପାତ୍ର, ଅକ୍ଷୟ ପାତ୍ର, ଦୟାନନ୍ଦ ପାତ୍ର, ଗୋବିନ୍ଦ ପାତ୍ର, ପୁରୁଷୋତ୍ତମ ପାତ୍ର, ସନ୍ତୋଷ ପାତ୍ର, ନାରାୟଣ ରଥ, ଶ୍ରୀରାମ ପାତ୍ର, ସ୍ୱାଗତଂ ପାତ୍ର, ସୁଦର୍ଶନ ପାତ୍ର, ବିଶ୍ୱନାଥ ପାତ୍ର, ନାଗେସୁ ପାତ୍ର, ମନୋଜ ପାତ୍ର, ଚିତ୍ତ ରଞ୍ଜନ ପାତ୍ର ପ୍ରମୁଖ  ସମସ୍ତ ସଦସ୍ୟ ସହଯୋଗ କରିଥିଲେ।  ହରିଓଁ  ମେଲୋଡିର ସମ୍ବଲପୁରୀ  ସଂଗୀତକୁ  ବିଳମ୍ବିତ ରାତି ଯାଏଁ ହଜାର ହଜାର  ଦର୍ଶକ  ଉପଭୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.