କର୍ଲାମୁଣ୍ଡା ବ୍ଲକ ସାଧାରଣ ପଡିଆଠାରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶୁଭ ଉଦଘାଟନ ହେଲା ବିଭିନ୍ନ ପ୍ରକଳ୍ପ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସାଧାରଣ ପଡିଆଠାରେ ଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଶୁଭାରମ୍ଭ ହୋଇ ଯାଇଛି । କର୍ଲାମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା କୁନୀ ସାହୁଙ୍କ ତତ୍ତ୍ଵାବଧାନରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ କର୍ଲାମୁଣ୍ଡା ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ବିଡ଼ିଓ ସୁଶ୍ରୀ ସୁଚରିତା ମୁଗ୍ରୀ, ତହସିଲ ଦାର ଅରୁଣ ବର୍ଗେ, ଜିଲ୍ଲା ପରିଷଦ ସଭ୍ୟ ଖ ଜୋନ ମହେନ୍ଦ୍ର ରଣା, ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର ଭୋଇ, ବିଧାୟକ ପ୍ରତିନିଧି ଦିନବନ୍ଧୁ ସାହୁ, ବ୍ଳକ ସରପଞ୍ଚ ସଂଘ ସଭାପତି ବରୁଣ ଛତ୍ରୀଆ, ସମିତି ସଭ୍ୟ ବ୍ଳକ ସଭାପତି ନିମାଇଁ ଚରଣ ବେହେରା, ସହକାରୀ ଯନ୍ତ୍ରୀ ସନ୍ଦୀପ ନାଏକ, କନିଷ୍ଠ ଯନ୍ତ୍ରୀ, ୧୨ ଗୋଟି ପଂଚାୟତର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ହଜାର ହଜାର ସ୍ବୟଂ ସହାୟିକା ମହିଳା, ଯୁବ ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ । କର୍ଲାମୁଣ୍ଡା ବ୍ଲକର ୧୨ ଟି ପଞ୍ଚାୟତ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁରୀ ହୋଇଥିବା ଜଣାପଡ଼ିଛି । ସେହିପରି କଳାହାଣ୍ଡି ଜିଲ୍ଲାରେ ୧୫୫କୋଟିରେ ୬୭୮ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ହୋଇଛି।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.