ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଅଞ୍ଚଳରେ ଚୋରୀ ସାଙ୍ଗକୁ ମଦ ବିକ୍ରି ଦିନକୁ ଦିନ ବୃଦ୍ଧି ପାଉଥିବା ଫାଣ୍ଡିରେ ଅଭିଯୋଗ ହେଉଛି l ସୋଲାର ପ୍ଲେଟ ଚୋରି ନେଇ ଥାନା କେଶ ନଂ ୨୯୨/୨୩ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଅଭିଯୁକ୍ତମାନଙ୍କ ପାଉନାହିଁ l ପ୍ରକାଶ ଯେ, ଟିକ୍ରାପଡା ଫାଣ୍ଡି ସ୍ଥିତ କେନ୍ଦୁଉଡାର ଗାଁର ଭୂପେନ୍ଦ୍ର ବାଗ ନାମକ ଜୈନିକ ବ୍ୟକ୍ତି ଚାଷ ଜମିରେ ଜଳ ଯୋଗାଣ କରିବା ପାଇଁ ସୋଲାର ବ୍ୟବସ୍ଥା କରି ଚାଷ କାର୍ଯ୍ୟ କରୁଥିଲେ l ଗତ ୨୯ ତାରିଖ ଦିନ ବିଳମ୍ବିତ ରାତିରେ କେତେକ ଦୁର୍ବୁତ୍ତମାନେ ଚାଷ ଜମିରେ ଲାଗିଥିବା ୬ ଗୋଟି ସୋଲାର ପ୍ଲେଟକୁ ଚୋରୀ କରି ନେଇଥିବା ଭୂପିନ୍ଦର ଟିକ୍ରାପଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୋଣସି ସୁରାକ ପାଇ ପାରୁନାହିଁ l ଏପରିକି ଏହି ଅଞ୍ଚଳରେ ମଦ, କୋରେଶ ସାଙ୍ଗକୁ ବିଭିନ୍ନ ପ୍ରକାଶ ଅସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଉଛି l ଏଣୁ ଏ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବୀ ହେଉଛି l