ଜୁନାଗଡ଼ ପୁରୁଣା ବସଷ୍ଟାଣ୍ଡ ଗଜଲକ୍ଷ୍ମୀ ପୂଜାର ଭବ୍ୟ ଭସାଣୀ ଉତ୍ସବ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ପୁରୁଣା ବସ ଷ୍ଟାଣ୍ଡ ଲକ୍ଷ୍ମୀ ପୂଜା କମିଟିର ଗଜଲକ୍ଷ୍ମୀ ପୂଜା ଶୁକ୍ରବାର ସକାଳେ ପୂର୍ଣ୍ଣାହୁତି ହେବାପରେ ସନ୍ଧ୍ୟା ୭ରୁ ୧୨ ଦୀର୍ଘ ୪ ଘଣ୍ଟା ଧରି ମୃଣୀୟ ମୂର୍ତ୍ତିଙ୍କ ଭଷାଣି ଉତ୍ସବ ଚାଲିଥିଲା। ମଣ୍ଡପରୁ ମା ଗଜଲକ୍ଷ୍ମୀଙ୍କ ମୂର୍ତ୍ତି ଏକ ସୁସଜ୍ଜିତ ଗାଡ଼ିରେ ଭବ୍ୟ ପଟୁଆରରେ ନେଇ ଜୁନାଗଡ଼ ସହର ପରିକ୍ରମା କରାଯାଇଥିଲା। ମା ଡୋକ୍ରିବୁଡ଼ି ଘଣ୍ଟ ଦଳ ବାଦ୍ୟରେ ପୂଜା କମିଟି ସଭାପତି ବୁଢ଼ାରଜା ଭଣ୍ଡାରଘରିଆ, ଉପସଭାପତି ଦୀପକ ସାହୁ, କୋଷାଧ୍ୟକ୍ଷ ରଶ୍ମି ରଂଜନ ସାହୁ ଏବଂ କମିଟିର ନେତୃତ୍ବରେ ସମସ୍ତ ସଦସ୍ୟ ଓ ଶହଶହ ସଂଖ୍ୟାରେ ଜନ ସାଧାରଣ ପଟୁଆରରେ ସାମିଲ ହୋଇ ନାଚଗୀତରେ ମସଗୁଲ ହୋଇଥିଲେ। ବାଣ ଓ ରୋଷଣୀରେ ଜୁନାଗଡ଼ ସହର ପ୍ରକମ୍ପିତ ହୋଇ ଉଠିଥିଲା। ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୨୮/୧୦ ଶନିବାର ଠାରୁ ୦୩/୧୧ ଶୁକ୍ରବାର ଯାଏଁ ଜୁନାଗଡ଼ ପୁରୁଣା ବସ ଷ୍ଟାଣ୍ଡ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଥିଲା ଏଥିରେ ପୂଜା କର୍ତ୍ତା ଭାବରେ ମମତା ଭଣ୍ଡାରଘରିଆ ଓ ବୁଢ଼ାରାଜା ଭଣ୍ଡାରଘରିଆ ଦମ୍ପତି ଦାଇତ୍ଵ ନିର୍ବାହନ କରିଥିଲେ। ପୂଜାରେ ହରିହର ସାହୁ, କନହେଇ ରାଉଳ, ସଚିନ ଅନ୍ଦାନି, ସାନୁ ସାହୁ, ଦୀପକ ରଂଜନ ସାହୁ, ରୀଙ୍କୁ ଅଗ୍ରୱାଲ, ସନ୍ଦୀପ ସାହୁ, କୁନା ସାହୁ, ପପୁ ସାହୁ, ଶୁଭକାନ୍ତ ସାହୁ, ରତ୍ନାକର ସାହୁ, ସନ୍ତୋଷ ସାହୁ, ଟୁକୁନା ସାହୁ, ସୁଶିଲ ଠାକୁର, ସୁବ୍ରତ ସାହୁ (ବବଲୁ), ରଞ୍ଜନ ସାହୁ, ସୁବ୍ରତ ସାହୁ (ଟିପୁ), ମଣ୍ଟୁ ସାହୁ, ସାଇ ଅଭିଷେକ ପଣ୍ଡା, ରାଜେନ୍ଦ୍ର ସାହୁ, ରାଜ କିଶୋର ସାହୁ, କ୍ରିଷ୍ଣା ସାହୁ, ବିଶ୍ୱଜିତ୍ ସାହୁ, ସ୍ବାସ୍ତିଦୀପ ଆଦିତ୍ୟ, ଅନିଶ ସାହୁ, ସଂଗ୍ରାମ ବେହେରା, ସୌମ୍ୟ ରଂଜନ ସାହୁ, ସୁରେନ୍ଦ୍ର ସାହୁ, ଅରୁଣ ସାହୁ, ପବିତ୍ର ସାହୁ ପୂଜନ ଓ ଭୋଗ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ। କମିଟିର ବରିଷ୍ଠ ସଦସ୍ୟାମାନେ ଉପସ୍ଥିତ ରହି ସାତଦିନ ଧରି ଶୃଙ୍ଖଳିତ ଭାବରେ ପୂଜା ପରିଚାଳନାରେ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.