ହରଗୌରୀ ଯାତ୍ରାର ଅଷ୍ଟମ ଦିନରେ ସ୍ବତନ୍ତ୍ର କୁଙ୍କୁମ ପୂଜା ଓ ରାଞ୍ଚିର ମେଲୋଡି ଅନୁଷ୍ଠିତ

ଯୋଗ ଦେଲେ ଜିଲ୍ଲାପାଳ, ବ୍ଲକ ଅଧ୍ୟକ୍ଷ ଓ ବହୁ ବିଜେଡି ନେତା

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସହରର ଢ଼େରାପଡା ଠାରେ ପ୍ରସିଦ୍ଧ ହରଗୌରୀ ଯାତ୍ରାରେ ପ୍ରତିଦିନ ହରଗୌରୀଙ୍କ ଠାରେ ତେଲୁଗୁ ରୀତିନୀତି ଅନୁଯାୟୀ ପୂଜାପାଠ ଚାଲିଛି। ରାୟଗଡ଼ା ଜିଲ୍ଲା ଗୁମୁଡା ରୁ ଆସିଥିବା ତେଲୁଗୁ ପାନ୍ତୁଲୁ ଏ. ଦୁର୍ଗାପ୍ରସାଦ ସମସ୍ତ ପୂଜାବିଧି ନିର୍ବାହ କରୁଛନ୍ତି । ଆଜି ର ରୁଦ୍ରାଭିଷେକ, ଷୋଡଶ ଉପଚାର ପୂଜା ର କର୍ତ୍ତା ଭାବରେ ରମେଶ ଅଗ୍ରୱାଲ, ସନ୍ତୋଷ ପାତ୍ର ଓ ରବି ନାରାୟଣ ମେହେର ସପତ୍ନୀକ ଙ୍କ ଦ୍ଵାରା ପୂଜା ଅନୁଷ୍ଠିତ ହୋଇଥିଲା। ପରଂମ୍ପରା ଅନୁଯାୟୀ ହରଗୌରୀଙ୍କ ଠାରେ ପ୍ରତିଦିନ ପିଠାପଣା ଲାଗି କରାଯାଇଥାଏ। ହରଗୌରୀ ମହାପ୍ରଭୁ ଙ୍କ ଯୃଗଳ ଦର୍ଶନ କରିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିତରେ ଅପୂର୍ବ ଉତ୍ସାହ ପ୍ରକାଶ ପାଇଛି। ବିଶେଷ କରି ଏହି ଅବସରରେ ମହିଳାଙ୍କ ଦ୍ଵାରା ବହୁ ପ୍ରତିକ୍ଷିତ କୁଙ୍କୁମ ପୂଜା ଅନୁଷ୍ଠିତ ହୋଇଯାଇଛି। ଆଜି ସଂଧ୍ୟା ର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସୁବର୍ଣ୍ଣପୁର ରେ ସବୁ ପ୍ରକାର କଳା ସଂସ୍କୃତି ଭରି ରହିଛି ଏବଂ ପର୍ଯ୍ୟଟକ ଙ୍କ ଆକର୍ଷଣ କେନ୍ଦ୍ର ପାଲଟିଛି ବୋଲି ମତ ରଖି ଥିଲେ l ସମ୍ମାନିତ ଅତିଥି ଭାବରେ ବିଜେଡି ନେତା ରମେଶ ପୂଝାରୀ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟ ଦର୍ଶୀ ପ୍ରତ୍ୟୁଷ ରଥ (ବବି ), ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ବିଜେଡି ନେତା ଶତ୍ରୁଘ୍ନ ପୃଷ୍ଟି, ବେଲାର ସେନ ସାହୁ, ପ୍ରାକ୍ତନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ ପ୍ରମୁଖ ଯୋଗ ଦେଇ ଏହି ଯାତ୍ରା ର ଭୁୟସୀ ପ୍ରଶଂସା କରି ଏହି ଯାତ୍ରା ଉନ୍ନତି ଲାଗି ସମସ୍ତ ସହଯୋଗ ଲାଗି ପ୍ରତିଶୁତି ଦେଇଥିଲେ l ସଭାକୁ କମିଟି ସଭାପତି ଦିଲ୍ଲୀପ ପାତ୍ର, ସଂଯୋଜନା କରିଥିବା ବେଳେ ସମ୍ପାଦକ ଜନ୍ମେଜୟ ପାତ୍ର, ଉପ ସଭାପତି ଆନନ୍ଦ ପାତ୍ର, ସତ୍ୟ ନାରାୟଣ ରାଓ, ଶ୍ୟାମ ସୁନ୍ଦର ପାତ୍ର ଉପସ୍ଥିତ ଥିଲେ l ସୁଦୂର ରାଞ୍ଚି ର ମେଲୋଡ଼ି ଇକୋଡିଲା ଇଭେଣ୍ଟ୍ ର କଳାକାର ଙ୍କ ଗୀତ ନାଚ ରେ ବିଳମ୍ବିତ ରାତି ଯାଏ ହଜାର ହଜାର ଦର୍ଶକ ଖୁବ ମଜା ନେଇଥିବା ଦେଖାଯାଇଥିଲା l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.