ଆଉ ଥରେ ଆକ୍ରମଣ କଳା ମଣିଷ ଖିଆ ବାଘ: ରାତିରେ ଜଣେ ମହିଳାଙ୍କୁ ମାରି ଖାଇଥିବା ବେଳେ ବର୍ତ୍ତମାନ ଘର ସମ୍ମୁଖରୁ ଆଠ ବର୍ଷର ଶିଶୁ ଉଠାଇ ନେଲା ବାଘ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ଧରମବନ୍ଧା ଥାନା କୋଦୋପାଲି ଗାଁର ବାଳକରାମ ବରିହା ର ଆଠ ବର୍ଷର ପୁଅ ନିଳକଣ୍ଠ ବରିହାକୁ ଉଠାଇ ନେଲା ବାଘ | ଗାଁ ଲୋକେ ବାଘକୁ ଘଉଡ଼ାଇବା ପରେ ଛାଡି ଦେଇଥିବା ସୁଚନା ମିଳିଛି | ଗାଁରେ ବର୍ତ୍ତମାନ ଭୟର ବାତାବରଣ ଖେଳି ଯାଇଛି | ଗାଁରେ ବାଘ ଖୋଲା ଖୁଲି ବୁଲୁ ଥିବା ସୂଚନା ରହିଛି | ଗାଁର ମୁକେଶ ସାହୁଙ୍କ ଘର ବାଡ଼ିରେ ବାଘ ଥିବା ଲୋକେ ଦେଖି ଖବର ଦେଇଛନ୍ତି | ଆହତ ଶିଶୁ ନିଳକଣ୍ଠ ବରିହାକୁ ଆଶୁ ଚିକିତ୍ସା ପାଇଁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି | ପୂର୍ବାହ୍ନରେ ବାଘ ମାରି ଖାଇ ଥିବା ରମେଶ୍ୱରୀ ମାଝୀର ଶବକୁ ବନ ବିଭାଗ, ପୋଲିସ ଓ ଗାଁ ଲୋକେ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି | ତେବେ ବାଘ ଗାଁରେ ବେ ଧଡକ ଲୋକଙ୍କୁ ମାରି ଖାଉ ଥିବା ବେଳେ ବନ ବିଭଗର ନିଷ୍କ୍ରିୟତା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.