ଝାରସୁଗୁଡା ଗଲେ କଳାହାଣ୍ଡିର ୬ କରାଟେ ପ୍ରତିଯୋଗୀ

ଡ଼ିଏଭି ରାଜ୍ୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ନେବେ ଭାଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):  ଝାରସୁଗୁଡା ଡିଏଭି ପବ୍ଲିକ ସ୍କୁଲଠାରେ ଆସନ୍ତା କାଲି ୫ ନଭେମ୍ବର ୨୦୨୩ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଡିଏଭି ରାଜ୍ୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ଭାଗ ନେବାକୁ କଳାହାଣ୍ଡି ଜିଲ୍ଲାର ୬ ଜଣ କରାଟେ ପ୍ରତିଯୋଗୀ ଆଜି ଝାରସୁଗୁଡା ଗସ୍ତ କରିଛନ୍ତି। ଏହି ପ୍ରତିଯୋଗୀ ମାନେ ଜିଲ୍ଲାର ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତିୟ ବିଦ୍ୟାଳୟର ହୋଇଥିବା ବେଳେ ବାଳକ ବିଭାଗରେ ଛାତ୍ର ପୁଷ୍ପେନ୍ଦୁ ବିଶ୍ୱାଳ, ହିତେସ କୁମାର ମହାଖୁଡ଼, କିରନ ବେମାଲ, ଲୋକେଶ କୁମାର ମହାଖୁଡ଼ ରହିଛନ୍ତି। ସେହିପରି ବାଳିକା ବିଭାଗରେ ଅର୍ପିତା ବାଡ଼ତିଆ ଓ ଅଦ୍ୟାସା ପ୍ରିୟଦର୍ଶୀ ଦାସ ରହିଥିବା ବେଳେ ଏମାନେ ଶନିବାର ଦିନ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଝାରସୁଗୁଡା ଗସ୍ତ କରିଛନ୍ତି। ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ପକ୍ଷରୁ ଏହି କରାଟେ ପ୍ରଶିକ୍ଷଣ ଶିବିର ଚାଲି ଆସୁଥିବା ବେଳେ କରାଟେ କୋଚ୍ କ୍ଷମାନିଧି ମହାଖୁଡ଼ ତାଲିମ ପ୍ରଦାନ କରୁଛନ୍ତି। ଆଜି କୋଚ୍ ଶ୍ରୀ ମହାଖୁଡ଼ ଏବଂ ଟିମ ମ୍ୟାନେଜର ଭାବେ ଡିଏଭି ବେଦାନ୍ତ ଆନ୍ତର୍ଜାତିୟ ବିଦ୍ୟାଳୟର ଶିକ୍ଷକ ଆମର ଜ୍ୟୋତି ସାହୁଙ୍କ ସହିତ ଏହି ପ୍ରତିଯୋଗୀମାନେ ରାଜ୍ୟସ୍ତରିୟ ପାଇଁ ଗସ୍ତ କରିଛନ୍ତି। ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତିୟ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତାଙ୍କ ତତ୍ତ୍ୱାବଧାନରେ ଏହି କରାଟେ ପ୍ରତିଯୋଗିମାନେ ଗସ୍ତ କରିଥିବା ବେଳେ ଖେଳାଳିଙ୍କୁ ବେଦାନ୍ତ ଆଲୁମିନା ସିଏଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ, ଡେପୁଟି ସିଇଓ ଜି.ଜି ପାଲ, ସିଏସଆର ମୁଖ୍ୟ ବିଭେଦେନ୍ଦୁ ପଣ୍ଡା, ବେଦାନ୍ତ ସିଏସଆର ଅଭିନଭ ପ୍ରତାପ, କଳାହାଣ୍ଡି ଉତ୍କଳ କରାଟେ ସ୍କୁଲ ଚିପ୍ ଟେକନିକାଲ ଡ଼ାଇରେକ୍ଟର ସେନସେଇ ସୁରେଶ ଜାଲ, ଡିଏଭି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ତଥା ବେଦାନ୍ତ ଲିମିଟେଡ଼ କର୍ମଚାରୀମାନେ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସଫଳତା ପାଇଁ କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.