ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ):
ପୁରୁଷୋତ୍ତମପୁର ବ୍ଲକ ପୂର୍ବରୁ ହିଞ୍ଜିଳି ଓ ତା ପରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳିସହିତ ରହି ଥିଲେ ମଧ୍ୟ ଦଳୀୟ ସଭାପତି, ଅନ୍ୟାନ୍ୟ ନେତୃବର୍ଗ ଙ୍କ ଅସହଯୋଗ ଯୋଗୁଁ ଦେଶ ସ୍ୱାଧୀନ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ 74 ଦୀର୍ଘ ବର୍ଷ ଧରି ପୁରୁଷୋତ୍ତମପୁର ବ୍ଲକ ଆଜି ପର୍ଯ୍ୟନ୍ତ କୌଣସି ଜଣେ ହେଲେ ବ୍ୟକ୍ତି ବିଧାୟକ ହେବାର ସୁଯୋଗ ପାଇ ନାହାନ୍ତି | ଯାହା ଦ୍ୱାରା ପୁରୁଷୋତ୍ତମପୁର କୁ ସବୁ କ୍ଷେତ୍ରରେ ଉପେକ୍ଷା କରା ଯାଉଥିବା ଜନ ସାଧାରଣ ଚାହା ଖଟି ଠାରୁ ଆରମ୍ଭ କରି ସବୁ ସ୍ଥାନ ରେ ଚର୍ଚ୍ଚା ହେଉଛି | ଆଗାମୀ 2024 ସାଧାରଣ ନିର୍ବାଚନ ନିକଟତର ହୋଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲା ର ଖଲ୍ଲିକୋଟ ବ୍ଲକ ରେ ବିଜେଡ଼ି ର ବହୁ ଆଶାୟୀ ପାର୍ଥୀ ରାଣୀମା ଙ୍କ ପାଖକୁ ଯାଇ ନିଜ ସପକ୍ଷ ରେ ଲବି କରି ଆସୁଛନ୍ତି | ଯାହାର କି ଫୋଟ ଓ ଭିଡିଓ ସାମାଜିକ ଗଣ ମାଧ୍ୟମ ରେ ଘୁରି ବୁଲୁ ଥିବାର ଦେଖା ଦେଇଛି | ଯାହା ଫଳରେ ସେଠାରେଟିକଟ ମିଳି ନଥିବା ଆଶାୟୀ ମାନେ ନିଶ୍ଚିତ ଭାବେ ଟିକଟ ମିଳିଥିବା ପାର୍ଥୀଙ୍କୁ ପଛ ପଟେ ଆକ୍ରମଣ କରିବାକୁ ମସୁଧା କରିବେ | ଯାହାଦ୍ୱାରା ବିଜେଡି ପାର୍ଥୀ ପରାଜୟ କରିବାର ସମ୍ଭାବନା ବହୁ ମାତ୍ରାରେ ଜଳ, ଜଳ ଦିଶୁଥିବାର ରାଜ ନୈତିକ ପର୍ଯ୍ୟବେକ୍ଷକ ମାନେ ଆକଳନ କରୁ ଥିବାର ଶୁଣା ଯାଉଛି | ତେଣୁ ସମୁର୍ଣ୍ଣ ବିଧାୟକ ପାର୍ଥିରୁ ବଞ୍ଚିତ ହୋଇଥିବା ପୁରୁଷୋତ୍ତମପୁର ବ୍ଲକରୁ ଯଦି କାହାକୁ ନୂତନ ଭାବେ ପାର୍ଥୀ କରା ଯାଆନ୍ତା ତେବେ ହୁଏତ ବିଜେଡି ର ଅନ୍ତର୍ଦ୍ୱନ୍ଦ୍ୱ ବହୁ ପରିମାଣରେ କମିଯାଇଥାନ୍ତା ଏବଂ ପୁରୁଷୋତ୍ତମପୁର ବ୍ଲକ ବାସୀ ମାନେ ଖଲ୍ଲିକୋଟ ବ୍ଲକ ର ସବୁ ପାର୍ଥୀଙ୍କୁ ନିଜର କରି ନିର୍ବାଚନ ମଣ୍ଡଳୀରେ ନିଶ୍ଚିତ ଭାବେ ବିଜୟ ଲାଭ କରି ପାରି ଥାନ୍ତେ | ତେବେ ପୁରୁଷୋତ୍ତମପୁର ବ୍ଲକ ରୁ ବିଜେଡ଼ି ଦଳୀୟ ପାର୍ଥି ଭାବେ ନୂଆ ମୁହଁ ବାଛିଲେ ଦଳୀୟ ବିଶୃଙ୍ଖଳା କୁ ରୋକାଯାଇ ପାରିବ ବୋଲି ଏଠାକାର ରାଜନୈତିକ ତଥ୍ୟ ରଖୁଥିବା ଲୋକ ମାନଙ୍କ ଆଲୋଚନା ଜୋର ଧରିଛି | ପୁରୁଷୋତ୍ତମପୁର ବ୍ଲକ ରୁ ବିଜେଡ଼ି ର ନୂଆ ପାର୍ଥି ଦେବା ପାଇଁ ଦଳୀୟ ସଭାପତି ନବୀନ ପଟ୍ଟନାୟକ ଓ 5 ଟି ଅଧକ୍ଷ ଭି କେ ପାଣ୍ଡିଆନ ଙ୍କୁ ଲିଖିତ ଭାବେ ଉକ୍ତ ବ୍ଲକ ର ଛାମୁଆ ନେତା ମାନେ ଲିଖିତ ଭାବେ ଜଣାଇଥିଲେ | ପୁନର୍ବାର ପୁରୁଷୋତ୍ତମପୁର ବ୍ଲକ ର ସରପଞ୍ଚ ମାନେ ମଧ୍ୟ ଦଳୀୟ ନେତାଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ମସୁଧା ଚାଲିଛି | ଗତ 1951 ମସିହା ଠାରୁ ପୁରୁଷୋତ୍ତମପୁର ବ୍ଲକ ବାସୀ ଙ୍କୁ ବିଧାୟକ ହେବାର ସୁଯୋଗ ମିଳିନି | ତେଣୁ ଏହି ବ୍ଲକ ରୁ ବିଧାୟକ ପାର୍ଥି ମିଳିବା ନେଇ ବ୍ଲକ ର ଭୋଟର ମାନେ ଉଚ୍ଚାହିତ ଥିବା ଲକ୍ଷ କରାଯାଉଛି | କାରଣ ଏହି ବ୍ଲକ ର 15 ଗୋଟି ପଂଚାୟତ ଓ ଗୋଟିଏ ଏନ ଏ ସି ରେ ବିଜେଡ଼ି ସଂଗଠନ ଖୁବ ମଜଭୁତ ରହିଛି | ଗତ ନର୍ବାଚନ ରେ କଂଗ୍ରେସ ପରୀକ୍ଷାମୂଳକ ଭାବେ ବିଧାୟକ ପାର୍ଥି ଦେଇଥିଲା | ତେବେ ଗତ ନିର୍ବାଚନ ରେ ବିଜେପି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ରେ ଭାରତୀ ବେହେରା ଙ୍କୁ ପାର୍ଥି କରି ଦ୍ୱତୀୟ ସ୍ଥାନ ରେ ଥିବା ବେଳେ ଚଳିତ ନିର୍ବାଚନ ରେ ତାଙ୍କୁ ପୁନର୍ବାର ପାର୍ଥି କରିବା ସମ୍ଭାବନା ରହିଛି | ଏହି ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଦୁଇ ଥର କ୍ଷମତା କୁ ଆସିଥିବା ବେଳେ ଗତ 2009 ପରେ କଂଗ୍ରେସ ଅବସ୍ଥା ବହୁତ ଖରାପ ହେବା ସହ କଂଗ୍ରେସ ଭୋଟ ସବୁ ବିଜେପି ଓ ବିଜେଡ଼ି ବାଣ୍ଟି ନେଇଛନ୍ତି | ଏହି ନିର୍ବାଚନ ମଣ୍ଡଳୀ ରେ ପ୍ରତିଯୋଗିତା କରିଥିବା କଂଗ୍ରେସ ର ବିଧାୟକ ପାର୍ଥୀ ହୋଇ ଥିବା କାଶୀନାଥ ବେହେରା ଓ ପାଣ୍ଡଵ ଜାଲ୍ଲୀ 22 ହଜାର ଭୋଟ ପାଇ ଥିବା ବେଳେ ଭୋକିଲି ସେଠି ଙ୍କୁ ଗତ ନିର୍ବାଚନ ରେ ମାତ୍ର 5 ହଜାର ଭୋଟ ରେ ରହିବାକୁ ପଡିଥିଲା | ତେଣୁ ଚଳିତ ନିର୍ବାଚନ ରେ କଂଗ୍ରେସ ବିଧାୟକ ପାର୍ଥି ଚୟନ ନେଇ ସଙ୍କଟ ଭିତରେ ଗତି କରୁଥିବା ବେଳେ କଂଗ୍ରେସ ଜିଲ୍ଲା ସଭାପତି ଙ୍କ ଆଗ୍ରହ କୁ ଦେଖି ଧୀରେ ଧୀରେ ପୁନର୍ବାର କଂଗ୍ରେସ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଥିବାର ଗତ କିଛି ବୈଠକ ରୁ ସୂଚନା ମିଳିଲାଣି | ଦେଖାଯାଉ ଦଳୀୟ ହାଇ କମଣ୍ଡ ମାନେ ପାର୍ଥି ଚୟନ ନେଇ କି ପ୍ରକାର ରଣ କୌଶଳ ଅବଲମ୍ବନ କରିବେ | ତେବେ ପୁରୁଷୋତ୍ତମପୁର ବ୍ଳକରେବିଜେଡି ରାଜ୍ୟ ନେତୃତ୍ୱ ଯାହାକୁ ବି ପାର୍ଥୀ କରିବେ ସେ ନିଶ୍ଚିତ ଭାବେ ଅନ୍ୟ ଦଳର ପାର୍ଥୀ ମାନଙ୍କ ଠାରୁ ବହୁ ଭୋଟ ରେ ସୁନିଶ୍ଚିତ ବିଜୟ ଲାଭ କରିବେ ଏଥିରେ ଦ୍ବିମତ ନାହିଁ | କାରଣ ପୁରୁଷୋତ୍ତମପୁର ବ୍ଲକ ର ସମସ୍ତ 15 ଗୋଟି ପଞ୍ଚାୟତ ଓ ଏନଏସି ବାସୀ ସବୁ ମତଭେଦ ଭୁଲି ପ୍ରଥମ ପାର୍ଥୀ ଙ୍କୁ ବିଜୟ କରିବେ | ତେଣୁ ଦକୀୟ ହାଇକମାଣ୍ଡ ଏହା ଉପରେ ଗୁରୁତ୍ୱ ନଦେଲେ ବିଶୃଙ୍ଖଳା ସହିତ ପରାଜୟ ହେବ ବୋଲି ଲୋକେ କହୁ ଥିବାର ଜଣା ପଡୁଛି |