ଡେହେରାଡୁନରେ ହେବ ସିବିଏସଇ ଜାତୀୟ ସ୍ତରୀୟ ତିରନ୍ଦାଜ ପ୍ରତିଯୋଗିତା

ଭାଗନେବେ ଲାଞ୍ଜିଗଡ଼ ଡିଏଭି ସ୍କୁଲର କଳ୍ପିତା ପ୍ରଧାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭାରତର ଉତ୍ତରାଖଣ୍ଡ ରାଜ୍ୟ ଡେହେରାଡୁନରେ ନଭେମ୍ବର ୭ ତାରିଖରେ ସିବିଏସଇ ଜାତୀୟ ସ୍ତରୀୟ ତିରନ୍ଧାଜ ପ୍ରତିଯୋଗୀତା ଆୟୋଜିତ ହେବ।ଏଥିରେ ଭାଗ ନେବା ପାଇଁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତିୟ ସ୍କୁଲର ଛାତ୍ରୀ କଳ୍ପିତା ପ୍ରଧାନ ଆଜି ଡେରାଡୁନ ଗସ୍ତ କରିଛନ୍ତି।କଳ୍ପିତା ଗତ ଅକ୍ଟୋବର ମାସରେ ଭାରତର ପଶ୍ଚିମବଙ୍ଗର ନଦିଆ ଜିଲ୍ଲା ଖରଦାପଡାସ୍ଥିତ ଚେଟେର୍ଜି ନୋବେଲେ ସ୍କୁଲରେ ୧୫ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସିବିଏସଇ ଜୋନସ୍ତରୀୟ ତିରନ୍ଧାଜ ପ୍ରତିଯୋଗୀତାରେ ଭାଗ ନେଇ ୨୦ ମିଟର ପ୍ରତିଯୋଗିତାରେ ରୌପ୍ୟ ଓ ୩୦ ମିଟର ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରି ଜାତୀୟ ସ୍ତର ପାଇଁ ମନୋନୀତ ହୋଇଥିଲେ।ସ୍କୁଲର ଶିକ୍ଷକ ମୋନଜ ପ୍ରଧାନ ତଥା କଳ୍ପିତାଙ୍କ ବାପା ସ୍କୋଟ ଶିକ୍ଷକ ଭାବେ କଳ୍ପିତାଙ୍କ ସହିତ ଡେହେରାଡୁନ ଗସ୍ତ କରିଛନ୍ତି।ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତିୟ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତାଙ୍କ ତତ୍ତ୍ୱାବଧାନରେ ଏହି ଜାତୀୟ ତିରନ୍ଦାଜ ପ୍ରତିଯୋଗିତା ପାଇଁ କଳ୍ପିତା ଡେହେରାଡୁନ ଗସ୍ତ କରିଥିବା ବେଳେ ବେଦାନ୍ତ ଆଲୁମିନା ସିଏଓ ପ୍ରଣବ କୁମାର ଭଟ୍ଟାଚାର୍ୟ୍ଯ,ଡେପୁଟି ସିଇଓ ଜି.ଜି ପାଲ, ସିଏସଆର ମୁଖ୍ୟ ବିଭେଦେନ୍ଦୁ ପଣ୍ଡା,ବେଦାନ୍ତ ସିଏସଆର ଅଭିନଭ ପ୍ରତାପ,କଳ୍ପିତାଙ୍କ କୋଚ୍ ଶୀମାଞ୍ଚଳ କାଟ୍ରାକା, ଡିଏଭି ଖେଳ ଶିକ୍ଷକ ଦୁଷ୍ମନ୍ତ ମାଝୀ ସମେତ ଡିଏଭି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ତଥା ବେଦାନ୍ତ ଲିମିଟେଡ଼ କର୍ମଚାରୀମାନେ କଳ୍ପିତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସଫଳତା ପାଇଁ କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.