ଡାକ୍ତରଙ୍କ ଚମତ୍କାର; ଚୁମ୍ବକରେ କାଢିଲେ ଶିଶୁର ଫୁସଫୁସରେ ଲାଗିଥିବା ଛୁଞ୍ଚି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଜଣେ ୭ ବର୍ଷ ଶିଶୁର ଫୁସଫୁସରୁ ବାହାରିଛି ଏକ ସିଲେଇ ଛୁଞ୍ଚି । ଯାହାଫଳରେ ଅସହ୍ୟ ଯନ୍ତ୍ରଣାର ଶିକାର ହେଉଥିବା ଶିଶୁଟି ଏବେ ଜୀବନ ଦାନ ପାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପିଲାଟି କିଛି ଦିନ ଧରି ଉଚ୍ଚ ଜ୍ୱର ଏବଂ କାଶରେ ପୀଡିତ ଥିଲା । ଯେତେବେଳେ ଶିଶୁଟିର କାଶରେ ରକ୍ତ ପଡିଲା ତାକୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେତେବେଳେ ଡାକ୍ତରମାନେ ଜାଣିବାକୁ ପାଇଲେ ଯେ ଶିଶୁଟିର ବାମପଟ ଫୁସଫୁସରେ ଗୋଟିଏ ଛୁଞ୍ଚି ଲାଗିଛି, ଏହାପରେ ତାଙ୍କୁ ଦିଲ୍ଲୀର ଏମସ ରେ ଭର୍ତ୍ତି କରାଯାଇଥିଲା । ଶିଶୁ ଚିକିତ୍ସା ବିଭାଗର ଆଡିସନାଲ ପ୍ରଫେସର ଡାକ୍ତର ବିଶେଷ ଜୈନ କହିଛନ୍ତି ଯେ, ଶିଶୁ ଟି ର ଫୁସଫୁସରେ ଛୁଞ୍ଚି ଟି ଅତି ଗଭୀର ଭାବରେ ଲାଗିଥିଲା । ଏଭଳି ପରିସ୍ଥିତିରେ ଆମେ ବ୍ରୋଙ୍କୋସ୍କୋପି ମାଧ୍ୟମରେ ଅପରେସନ କରିଥାଉ । କିନ୍ତୁ ଛୁଞ୍ଚିଟି ଫୁସଫୁସର ଅତି ଭିତରକୁ ପଶିଯାଇଥିଲା । ଯାହା ଆମର ଅପରେସନ ପାଇଁ ଜନ୍ତ୍ରପାତି ଉପକରଣ ବ୍ୟବହାର କରିବାକୁ କମ୍ ସ୍ଥାନ ଥିଲା । ତା’ପରେ ଆମେ ଏକ ଚୁମ୍ବକ ବ୍ୟବହାର କରି ଏହାକୁ ବାହାର କରିବାକୁ ସ୍ଥିର କଲୁ । ଏହି ଚୁମ୍ବକଙ୍କୁ ତୁରନ୍ତ ଦିଲ୍ଲୀର ଚାନ୍ଦିନୀ ଚୌକରୁ ମଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଡାକ୍ତର ଜୈନ କହିଛନ୍ତି ଯେ, ଯଦି ୪ ମିଲିମିଟର ଓସାର ଏବଂ ୧.୫ ମିଲିମିଟର ମୋଟେଇର ଚୁମ୍ବକ ଡାକ୍ତରଙ୍କ ନିକଟରେ ଉପଲବ୍ଧ ହୋଇନଥାନ୍ତା, ତେବେ ଶିଶୁଟିର ଓପେନ-ହାର୍ଟ ସର୍ଜରୀ କରିବାର ଆବଶ୍ୟକ ପଡିଥାନ୍ତା । ଡାକ୍ତରୀ ଟିମ ସୂତା ଏବଂ ଏକ ରବର ବ୍ୟାଣ୍ଡ ସାହାର୍ଯ୍ୟରେ ଏକ ଉପକରଣ ପ୍ରସ୍ତୁତ କଲା । ଏଥିରେ ଚୁମ୍ବକ ସ୍ଥାପନ କଲା । ଚୁମ୍ବକକୁ ଅତି ଯତ୍ନର ସହିତ ଶ୍ବାସ (ୱିଣ୍ଡ) ପାଇପରେ ଭର୍ତ୍ତି କରାଯାଇଥିଲା । ଧୀରେ ଧୀରେ ଫୁସଫୁସରେ ଥିବା ଛୁଞ୍ଚି ଟି ଚୁମ୍ବକ ଆଡକୁ ଟାଣିହେବାକୁ ଲାଗିଲା । ତେବେ ଶିଶୁ ଟିର ଫୁସଫୁସରେ ଛୁଞ୍ଚି କିପରି ଫସି ରହିଥିଲା ତାହା ଜଣା ପଡିନାହିଁ । କିନ୍ତୁ ଏପରି ଅନେକ ଘଟଣା ସାମ୍ନାକୁ ଆସୁଥିବା କହିଛନ୍ତି ଡାକ୍ତର ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.