ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଝାରସୁଗୁଡା ଡିଏଭି ପବ୍ଲିକ ସ୍କୁଲଠାରେ ଗତ ୫ ତାରିଖ ରବିବାର ଦିନ ଡିଏଭି ରାଜ୍ୟ ସ୍ତରୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତିୟ ବିଦ୍ୟାଳୟର ୬ ଜଣ କରାଟେ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ଖେଳାଳି ମାନେ ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ୬ ପଦକ ହାସଲ କରିଛନ୍ତି। ଏମାନଙ୍କ ମଧ୍ୟରୁ ବାଳକ ବିଭାଗରେ ବିଲୋ ୩୫ କେଜି ବର୍ଗରେ ପୁଷ୍ପେନ୍ଦୁ ବିଶ୍ୱାଳ କାଂସ୍ୟ ପଦକ, ୪୦ ରୁ ୪୫ କିଲୋରେ ହିତେସ କୁମାର ମହାଖୁଡ଼ କାଂସ୍ୟ ପଦକ, ୪୫ ରୁ ୫୦ କିଲୋ ବର୍ଗରେ କିରନ ବେମାଲ ସ୍ୱର୍ଣ୍ଣ ପଦକ,୫୦ ରୁ ୫୫ କିଲୋ ବର୍ଗରେ ଲୋକେଶ କୁମାର ମହାଖୁଡ଼ କାଂସ୍ୟ ପଦକ ହାସଲ କରିଛନ୍ତି। ସେହିପରି ବାଳିକା ବିଭାଗରେ ୫୦ ରୁ ୫୫ ବର୍ଷ ବର୍ଗରେ ଅର୍ପିତା ବାଡ଼ତିଆ କାଂସ୍ୟ ପଦକ ଓ ୪୫ ରୁ ୫୦ କିଲୋ ବର୍ଗରେ ଅଦ୍ୟାସା ପ୍ରିୟଦର୍ଶୀ ଦାସ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ତରଫରୁ ପରିଚାଳିତ କରାଟେ ପ୍ରଶିକ୍ଷଣ ଶିବିରରେ ଏହି ଖେଳାଳି ମାନେ ତାଲିମପ୍ରାପ୍ତ କରିଥିବା ବେଳେ କରାଟେ କୋଚ୍ କ୍ଷମାନିଧି ମହାଖୁଡ଼ ତାଲିମ ପ୍ରଦାନ କରୁଛନ୍ତି। ଗତ ୪ ତାରିଖରେ କୋଚ୍ ଶ୍ରୀ ମହାଖୁଡ଼ ଏବଂ ଟିମ ମ୍ୟାନେଜର ଭାବେ ଡିଏଭି ବେଦାନ୍ତ ଆନ୍ତର୍ଜାତିୟ ବିଦ୍ୟାଳୟର ଶିକ୍ଷକ ଆମର ଜ୍ୟୋତି ସାହୁଙ୍କ ସହିତ ଏହି ପ୍ରତିଯୋଗୀମାନେ ରାଜ୍ୟସ୍ତରିୟ ପାଇଁ ଗସ୍ତ କରିଥିଲେ। ଏହି ଖେଳାଳିମାନେ ଜିଲ୍ଲା ତଥା ସ୍କୁଲ ପାଇଁ ଗୌରବ ଆଣିଥିବା ବେଳେ ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତିୟ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତା, ବେଦାନ୍ତ ଆଲୁମିନା ସିଏଓ ପ୍ରଣବ କୁମାର ଭଟ୍ଟାଚାର୍ୟ୍ଯ, ଡେପୁଟି ସିଇଓ ଜି.ଜି ପାଲ, ସିଏସଆର ମୁଖ୍ୟ ବିଭେଦେନ୍ଦୁ ପଣ୍ଡା, ବେଦାନ୍ତ ସିଏସଆର ଅଭିନଭ ପ୍ରତାପ, କଳାହାଣ୍ଡି ଉତ୍କଳ କରାଟେ ସ୍କୁଲ ଚିପ୍ ଟେକନିକାଲ ଡ଼ାଇରେକ୍ଟର ସେନସେଇ ସୁରେଶ ଜାଲ, ଡିଏଭି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ତଥା ବେଦାନ୍ତ ଲିମିଟେଡ଼ କର୍ମଚାରୀମାନେ ଖେଳାଳି ଓ କୋଚ୍ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।