ଜାମପଦର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ତାଲା ଠୁଙ୍କିଲେ ଅବିଭାବକ 

ଶହେରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ୨ ଶିକ୍ଷକ ଶିକ୍ଷୟିତ୍ରୀ

ପାଠପଢ଼ାରେ ବ୍ୟାପକ ଅବ୍ୟବସ୍ଥା; ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକଙ୍କ ବିକ୍ଷୋଭ ପ୍ରଦର୍ଶନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ଶିକ୍ଷା ବିଭାଗ ଅଧୀନରେ ଥିବା ଜାମପଦର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଦ୍ୟାଳୟ ପରିଚାଳନା କମିଟି ଓ ଅବିଭାବକ । ଏହି ବିଦ୍ୟାଳୟର ପାଠପଢ଼ାରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ । ଏହି ସ୍କୁଲରେ ଜଣେ ପ୍ରଧାନ ଶିକ୍ଷୟତ୍ରୀ ଓ ଜଣେ ସହକାରୀ ଶିକ୍ଷକ ଥିବାବେଳେ ୧୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ରହିଥିବା ଜଣାଯାଇଛି l ଯାହାଫଳରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି l ଏହି ବିଦ୍ୟାଳୟ ପାଇଁ ଆହୁରି ଅଧିକ ଶିକ୍ଷକ ଆବଶ୍ୟକ ରହୁଥିବା ବେଳେ ଶିକ୍ଷା ବିଭାଗ ମନମୁଖୀ କାରନାମା ପ୍ରତିବାଦରେ ବିଦ୍ୟାଳୟ କମିଟି ଓ ଅଭିଭାବକମାନେ ଏକତ୍ରିତ ହୋଇ ସ୍କୁଲ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି l ଘଟଣାସ୍ଥଳରେ ସିଆରସିସି ମନୋଜ ସାହୁ ପହଂଚି ଆନ୍ଦୋଳନକାରୀ ଅଭିଭାବକମାନଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନ ଦେବା ପଯ୍ୟନ୍ତ ଆନ୍ଦୋଳନଜାରୀ ରହିବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି l ଏ ନେଇ ସ୍କୁଲ କମିଟି ତରଫରୁ ସଇଁତଲା ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କୁ ପଚାରିବାରୁ- ତୁରନ୍ତ ଶିକ୍ଷକ ସମସ୍ୟା ପୂରଣ କରାଯିବ ବୋଲି ପ୍ରକାଶ କରିଥିଲେ l ପ୍ରକାଶ ଯେ, ଜାମପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପଯ୍ୟନ୍ତ ଥିବାବେଳେ ୧୦୦ ରୁ ଉର୍ଦ୍ଧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି l ଏଥିରେ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଓ ଅନ୍ୟ ଜଣେ ସହକାରୀ ଶିକ୍ଷକ କାର୍ଯ୍ୟରତ ରହିଛନ୍ତି l କିନ୍ତୁ ଦୀର୍ଘ ୬ ମାସରୁ ଉର୍ଦ୍ଧ ହେଲା ସ୍କୁଲ କମିଟି ଓ ଅଭିଭାବକମାନେ ଶିକ୍ଷକ ଅଭାବ ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ l ଯାହା ଫଳରେ ଶିକ୍ଷା ବିଭାଗ ଆଜି କାଲି କହି ଦିନ ଗଡି ଚାଲିଥିବା ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ଏଣୁ ଶିକ୍ଷା ବିଭାଗ ତୁରନ୍ତ ହସ୍ତକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ସ୍କୁଲରେ ତାଲା ଅନିଦ୍ଧିଷ୍ଟ କାଳ ପଯ୍ୟନ୍ତ ତାଲା ଝୁଲିବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି l ଏଣୁ ୨ ଜଣ ଶିକ୍ଷକ ଶିକ୍ଷୟତ୍ରୀ କିପରି ଭାବରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପଯ୍ୟନ୍ତ ପାଠ ପଢ଼ାଇବେ ତାହାକୁ ନେଇ ସ୍କୁଲ କମିଟି ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l ଏହି ଆନ୍ଦୋଳନ ସମୟରେ ସ୍କୁଲ ସଭାପତି କାହ୍ନୁଚରଣ ଭାଟି, ୱର୍ଡମେମ୍ବର ମିଥିଲା ଭାଟି, ବୈଷ୍ଣବ ସାଗର, ମାଳତୀ ସାଗର, ଜୁନା ସାଗର, ରାଷ୍ଟ୍ର ସାଗର, ଗଜେନ୍ଦ୍ର ସିଂ ଭୋଇ, ସୁବାଷ ଭୋଇ, ରବି ଚନ୍ଦ୍ର ଭାଟି, ସଧା ନନ୍ଦ ଭାଟି, ଶଙ୍କର ସାଗର, ପଦ୍ମମା ଦୀପ, ହେମଲତା ସାଗର, ସାବିତ୍ରୀ ସାଗର, ଅଞ୍ଜଳି ବାଗ, ତପସ୍ୱନୀ ସାଗର, ପ୍ରଭାତୀ ସାଗର, ଲିଲି ସାଗର ଙ୍କ ସମେତ ସ୍କୁଲ କମିଟି ସଦସ୍ୟ ଓ ଅଭିଭାବକମାନେ ଉପସ୍ଥିତ ଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.