ସୁନାଥର ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ମନମାନି ଯୋଗୁଁ ଗ୍ରାମବାସୀଙ୍କ ବୈଠକ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ସୁନାଥର ଗ୍ରାମରେ ହାଇସ୍କୁଲ ଶିକ୍ଷକଙ୍କ ମନ ମାନି ସ୍କୁଲ ଅର୍ଥ ହରି ଲୁଟ ଉଦ୍ୟମ ଯୋଗୁଁ ପୂର୍ବ ଅଭିଯୋଗ ପ୍ରକାରେ ଗୋଷ୍ଠୀ ଶିକ୍ଷାଧିକାରୀ ପୁରୁଷୋତ୍ତମପୁରଙ୍କ ଦ୍ଵାରା ବାପୁଜୀ ହାଇସ୍କୁଲ୍ ସୁନାଥର ଠାରେ ଏକ ବୈଠକ ଆହୁତ ହୋଇଥିଲା। ଏଥିରେ ଶତାଧିକ ଅଭିଭାବକ, ମହିଳା, ଯୁବକ ଏବଂ ଭଦ୍ରକ ବ୍ୟକ୍ତିମାନେ ଉପସ୍ଥିତ ହୋଇ ପ୍ରଧାନ ଶିକ୍ଷକଙ୍କ ଆର୍ଥିକ ଅନିୟମିତତା ଏବଂ ସ୍ଵେଚ୍ଛାଚାରିତା ବିରୋଧରେ ବିଷୋଦଗାର କରିଥିଲେ। ଗ୍ରାମବାସୀଙ୍କ ଉଦ୍ୟମ ଓ କଷ୍ଟ ଲବ୍ଧ ଧନରେ ଗଢି ଉଠିଥିବା ଏହି ବିଦ୍ୟାଳୟ ବର୍ତ୍ତମାନ ପ୍ରଧାନ ଶିକ୍ଷକଙ୍କ ଯୋଗୁଁ ଦୁର୍ନୀତିର ଗନ୍ତାଘର ପାଲଟିଛି ଏବଂ ଛାତ୍ର ଛାତ୍ରୀଙ୍କ ଶିକ୍ଷାରେ ଅବନତି ଘଟିଛି। ବିଗତ ଦିନରେ ଏହି ଦୁର୍ନୀତିର ପ୍ରତିବାଦ କରିବାରୁ ଜନୈକ ଛାତ୍ରୀଙ୍କୁ ପ୍ରବର୍ତ୍ତାଇ ଅଭିଯୋଗ ଅଣାଇ ଏଠାରୁ ହିନ୍ଦୀ ଶିକ୍ଷକଙ୍କୁ ଅନ୍ୟତ୍ର ପଠାଇ ଦେଇଛନ୍ତି। ଏହାକୁ ଗ୍ରାମର ସମୁହ ଜନତା ଘୋର ବିରୋଧ କରିବା ସହ ପ୍ରଧାନ ଶିକ୍ଷକଙ୍କୁ ତୁରନ୍ତ ହଟାଇ ଯୋଗ୍ୟ ଶିକ୍ଷକଙ୍କୁ ଦାୟିତ୍ୱ ଦେବା ସହ ଛାତ୍ର ଛାତ୍ରୀଙ୍କ ପ୍ରିୟର ହିନ୍ଦୀ ଶିକ୍ଷକଙ୍କୁ ପୁନଃ ଅବସ୍ଥାପିତ କରିବାକୁ ଦୃଢ ଦାବି ଉପସ୍ଥାପନ କରିଛନ୍ତି। ଅନୁସନ୍ଧାନ କରିବାକୁ ଆସିଥିବା ଅଧିକାରୀ ୧୫ ଦିନ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି କହିଛନ୍ତି। କିନ୍ତୁ ଆଗାମୀ ୧୫ ଦିନ ମଧ୍ୟରେ ଯଦି ଏହାର ସମାଧାନ ନହେଲେ ସ୍କୁଲ ଅଫିସ୍ ରେ ତାଲାବନ୍ଦ କରିବାକୁ ଉପସ୍ଥିତ ଥିବା ସମସ୍ତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.