ଜୟ ମାଁ ପିପେଲ ଗଛେନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବରନ୍ଦାପାଟ ଗାଁରେ ଜୟ ମାଁ ପିପେଲ ଗଛେନ ଫୁଟବଳ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ନାମେଣ୍ଟର ଉଦଯାପନୀ ସନ୍ଧ୍ୟାର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଓଡ଼ଶା  ସରକାରଙ୍କଯୋଜନା ଓ ସମନ୍ବୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାରେ ଜିଲ୍ଲାପରିଷଦ ସଭ୍ୟ ଜୋନ-୧ ଅବନୀ ରଞ୍ଜନ ଯୋଶୀ, ଜିଲ୍ଲାପରିଷଦ ସଭ୍ୟ ଜୋନ-୨ ମୁରଲୀ ଭୋଇ, ସିଆଲଟି ସରପଞ୍ଚ କାଳିଆ ପ୍ରଧାନ, ଝଗ୍ରାହୀ ଗ୍ରାମ ପଞ୍ଚାୟତ ବିଜେଡ଼ି ସଭାପତି ସୁଶିଲ ସୋନୀ, ଝଗ୍ରାହୀ ସରପଞ୍ଚ ପୁଷ୍ପାଞ୍ଜଳୀ ଚିନାଗୁନ, ସମିତି ସଭ୍ୟା ସସ୍ମିତା ଗଡ଼ତିଆ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟ ପ୍ରକାଶ ମାଝୀ, ଆଇନଜୀବୀ ଦିଲୀପ କୁମାର ଭୋଇ, ଗ୍ରାମ ରୋଜଗାର ସେବକ ମୋତିଲାଲ ମାଝୀ, ସାମଜସେବୀ ତ୍ରିଲୋଚନ କଣ୍ଟା, ଗୁଣନିଧି ମାଝୀ, ପ୍ରମାସିଂ ମାଝୀ, ବିଶ ମାଝୀ, ରଥ ମାଝୀ, ଘନଶ୍ୟାମ କୁମ୍ଭାର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହ କରିଥିଲେ। ଫାଇନାଲ ମ୍ୟାଚ ମାନିଗୁଡ଼ା ଓ ଜନ୍ଧ୍ରାମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମାନିଗୁଡା ଦଳ ୧ ଗୋଲ କରି ଦୁଇ ଦଳ ମଧ୍ୟରେ ଟାଏ ହୋଇଥିଲେ। ଖେଳ ଶେଷରେ ପେଲାନଣ୍ଟିକ କରି ମାନିଗୁଡା ଦଳ ବିଜୟୀ ହୋଇଥିଲା। ଦିନେଶ ନାୟକ ଖେଳ ପରିଚାଳନା କରିଥିବା ବେଳେ ଅମନ ଓ ବନ ଲାଇନରେ ରହି ସହଯୋଗ କରିଥିଲେ। ରାଜପାଲ୍ ସୋରି ଖେଳର ଧାରା ବିବରଣୀ ପ୍ରଦାନ କରିଥଲେ। କମିଟିର ସଭାପତି ମନବୋଧ ମାଝୀ ଓ ସୁଶିଲ ସୋନିଙ୍କ ତତ୍ୱାବଧାନରେ ଭାଗିରଥି ମାଝୀ, ଜୟରାମ ମାଝୀ, ସୋବିନ ମାଝୀ, ଲୋଚନ ମାଝୀ, ବିମଳ ମାଝୀ, ପ୍ରେମସିଂ ମାଝୀ, ଦିଗସନ ମାଝୀ, ବିଶ୍ଵନାଥ ମାଝୀ, ଲଛମନ ରାଉତ, ତାରା ମାଝୀ, ଦେବେନ୍ ମାଝୀ, ସନ୍ତୋଷ ମାଝୀ, ଭୂଜବଲ ମାଝୀ, ମଧୁ ମାଝୀ, ବୈକୁଣ୍ଠ ମାଝୀ, ଦେବାରଚନ ମାଝୀ, ଦୁର୍ବଳ ମାଝୀ, ଲଳିତ ମାଝୀ, ପ୍ରମାସିଂ ମାଝୀ, ତଥା ଜୟ ମାଁ ପିପେଲ୍ ଗଛେନ କମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.