ଏସଟିଏଫ ଦ୍ୱାରା ୨ଟି ଚିତା ବାଘ ଛାଲ ଜବତ, ୨ ଅପରାଧୀ ଗିରଫ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାରେ ବାଘ ଛାଲ ଚାଲାଣରେ ୨ଜଣ ଅପରାଧୀଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି ସ୍ପେଶାଲ ଟାର୍ସ୍କ ଫୋର୍ସ ଟିମ୍ ଏସଟିଏଫ । ଗିରଫ ଦୁଇଜଣ ଅଭିଯୁକ୍ତ ହେଲେ ରାୟଗଡା ଜିଲ୍ଳା ଚନ୍ଦ୍ରପୁର ଥାନା ଅନ୍ତର୍ଗତ ବିଜାପୁର ଗ୍ରାମ ପଂଚାୟତର ସୁରେଶୀ ଗ୍ରାମର ବିକ୍ରମ ମାଝି ଓ ରାଜା ମାଝି । ଉଭୟଙ୍କ ଠାରୁ ଦୁଇଟି ଚିତା ବାଘ ଛାଲ ସହ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଉଦ୍ଧାର କରିଛି ଏସଟିଏଫ ଟିମ୍ । ଅଭିଯୁକ୍ତ ଦୁହେଁ ବାଘ ଛାଲ ସଂପର୍କୀତ କୈାଣସି ସନ୍ତୋଷଜନକ ଉତର ଦେଇପାରି ନ ଥିବାରୁ ଏସଟିଏଫ ଟିମ୍ ସେମାନଙ୍କୁ ଗିରଫ କରି ରାୟଗଡା ଏସଡିଜେଏମ କୋର୍ଟକୁ ଚାଲାଣ କରିଥିଲେ । ଏ ନେଇ ଜବତ ବାଘ ଛାଲକୁ ବାଇଲୋଜିକଲ୍ ପରୀକ୍ଷା ନିମନ୍ତେ ଡେରାଡୁନ୍ ସ୍ଥିତ ବନ୍ୟଜନ୍ତୁ ନିର୍ଦ୍ଦେଶାଳୟ ପରୀକ୍ଷାଗାରକୁ ପଠାଯିବ ବୋଲି ଜଣାପଡିଛି । ଏସଟିଏଫ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ବେଳେ କେସ୍ ନମ୍ବର ୨୭ ପ୍ରକାରେ ଆଇପିସି ଧାରା ୩୭୯/୪୧୧/୧୨୦(ବି)ସହ ବନ୍ୟଜନ୍ତୁ ସୁରକ୍ଷା ଅଧିନିୟମ ୧୯୭୨ର ସେକ୍ସନ ୫୧ ଦଫା ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲଣ କରାଯାଇଛି । ପ୍ରକାଶ ଥାଉ କି,ବାଘ ଛାଲ ଡିଲ ନେଇ ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫର ୫ ଜଣିଆ ଟିମ୍ ରାୟଗଡା ଜିଲ୍ଳାର ଚାନ୍ଦିଲି ଥାନା ଅନ୍ତର୍ଗତ ତାମ୍ପରବୁଡୁଣୀ ଗାଁ ରାସ୍ତା ଛକ ଠାରେ ଚଢାଉ କରିଥିଲେ । ଗିରଫ ପରେ ଘଟଣାକୁ ନେଇ ଅଧିକ ତଦନ୍ତ ଚାଲିଥିବା ନେଇ ଏସଟିଏଫ ପକ୍ଷରୁ ପ୍ରେସ୍ ବିଞପ୍ତି ଜାରି କରାଯାଇଥିବା ବେଳେ ରାୟଗଡା ବନଖଣ୍ଡ ଅଧିକାରୀମାନଙ୍କ ପାଖରେ ଏ ନେଇ କୈାଣସି ସୂଚନା ନ ଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.