ପରିବା ବ୍ୟବସାୟୀଙ୍କୁ ସ୍ଥାୟୀ ଗୃହ ପ୍ରଦାନ ପାଇଁ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହରରେ ଥିବା ପରିବା ବ୍ୟବସାୟୀ ସଂଘର ସଦସ୍ୟ ମାନଙ୍କୁ ସ୍ଥାୟୀ ଗୃହ ପ୍ରଦାନ ପାଇଁ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର ଓ ଏନଏସି ଅଧକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ସହମତିରେ ୨୯ ଜଣ ଟ୍ରେଡ଼ ଲାଇନସେନ୍ସ ଥିବା ସଦସ୍ୟଙ୍କ ପାଇଁ ଘର ତିଆରି କରି କିଛିଦିନ ପରେ ଗୃହ ଆବଣ୍ଟନ ହୋଇ ପରିବା ଦୋକାନୀ ମାନଙ୍କ ସବୁ ପ୍ରକାର ସୁବିଧା କରିବାକୁ କାର୍ଯ୍ୟନିର୍ବାହୀ ଅଧିକାରୀ ସବୁ ବ୍ୟବସ୍ତା ସାରିଦେଇଥିଲା ବେଳେ କିଛି ବ୍ୟକ୍ତି ସେହି ଦୋକାନ ଘର ଉପରେଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇ ଦୋକାନ ଘର ସମ୍ପୁର୍ଣ୍ଣ ଉପରେ ରୋକ ଲଗାଇଛନ୍ତି। ଯାହା ଫଳରେ ଆବଣ୍ଟନ ହେବାକୁ ଥିବା ଦୋକାନ ଘର ଗୁଡ଼ିକ ବ୍ୟବସାୟୀ ମାନଙ୍କ ପାଖରୁ ଖସି ଯିବାକୁ ଚକ୍ରାନ୍ତ ଚାଲି ଥିବାର ଖବର ପରିବା ସଂଘର ସଭାପତି କିଶୋର ଚନ୍ଦ୍ର ଦାଶ, ଓ ସମସ୍ତ ସଦସ୍ୟ ଜାଣିଗଲା ପରେ ସେମାନେ ଆଜି ସମସ୍ତେ ଏକତ୍ରିତ ହୋଇ ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର ଙ୍କ ପାଖରେ ପହଞ୍ଚି ସମସ୍ତ ବ୍ୟବସାୟୀ ମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବିପତ୍ର ଦେଇଛନ୍ତି। କାର୍ଯ୍ୟନିର୍ବାହୀ ଅଧିକାରୀ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଓ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ପୁରୁଷୋତ୍ତମପୁର ବ୍ଲକ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ସାମିଲ ହୋଇଥିଲା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି ପରିବା ମାର୍କେଟ ର ଶୁଭ ଉଦଘାଟନ କରି ବ୍ୟବସାୟୀ ମାନଙ୍କୁ ଏହି ଦୋକାନ ଘର ସମର୍ପଣ କରିଥିଲେ। ତେବେ କିଛିବ୍ୟକ୍ତି ମାନେ କୋର୍ଟ ବଳରେ ସେମାନଙ୍କୁ ହଇରାଣ କରିବା କେତେଦୂର ଯୁକ୍ତି ଯୁକ୍ତ ବୋଲି ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.