ଜଳେଶ୍ୱର ଖଣ୍ଡିରେ ସପ୍ତସତୀ ଚଣ୍ଡୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ହାଣ୍ଡିଘର ପଞ୍ଚାୟତ ଅନ୍ତର୍ଗତ ଜଳେଶ୍ୱର ଖଣ୍ଡି ଗ୍ରାମରେ ବିରାଜ ମାନ କରିଥିବା ମା ଦକ୍ଷିଣ କାଳୀ ଙ୍କ ପୀଠରେ ଦୀର୍ଘ ବର୍ଷ ତଳେ ମନ୍ଦିର ପରିଚାଳନା ଟ୍ରଷ୍ଟି ତଥା ଆଇନ ଯିବି, ରାଜନୈତିକ ବ୍ୟକ୍ତି ଦିବଗନ୍ତ ନେତା ନିର୍ମଳ ଚନ୍ଦ୍ର ମହାପାତ୍ର, ଗ୍ରାମବାସୀ ଙ୍କ ମିଳିତ ସହଯୋଗ ରେ ହୋଇଥିବା ଯଜ୍ଞ ପରେ ଆଉ ଏକ ଯଜ୍ଞ କରିବା ପାଇଁ ମନ୍ଦିର ର ପୁରୋହିତ, ଗ୍ରାମବାସୀ,ଏବଂ ମନ୍ଦିର ସେବାୟତ ମାନେ ଏକାଠି ହୋଇ ଏକ ବୈଠକ ମାଙ୍କ ପୀଠରେ କରିଥିଲେ | ସର୍ବ ସମ୍ମତି କ୍ରମେ ଆସନ୍ତା ନୂତନ ବର୍ଷ 2024 ମସିହା ଫେବୃଆରୀ ମାଘ ମାସ ତା 08/ 02/ 2024 ରିଖ ଠାରୁ 15/02/2024 ରିଖ ପର୍ଯ୍ୟନ୍ତ 7ଦିନ ଯାଏଁ ଏହି ପୀଠରେ ଦୈନିକ ଚଣ୍ଡୀ ଙ୍କ 700 ଶ୍ଳୋକ ମନ୍ତ୍ର ରେ ଘୃତ ଯଜ୍ଞ, ଶିବେ କାଳୀ ମନ୍ତ୍ର ରେ ନାମ ଯଜ୍ଞ, ଗୋ ଯଂଜ୍ଞ, ଅର୍ଣ୍ଣଯଂଜ୍ଞ ଅନୁଷ୍ଠିତ ହେବାକୁ ନିଷ୍ପତି ନିଆ ଗଲା | ଏହି ବୈଠକ ରେ ବ୍ଲକ ଅଧକ୍ଷା ଙ୍କ ପ୍ରତିନିଧି ଜଗତ ବନ୍ଧୁ ପଣ୍ଡା, ବିଜେଡିର ଗଞ୍ଜାମ ଜିଲ୍ଲା ସମ୍ପାଦକ ନିର୍ମଳ ଚନ୍ଦ୍ର ସାହୁ, ମନ୍ଦିର ପୁରୋହିତ ବାସୁଦେବ ମିଶ୍ର, ଶରତ ଚନ୍ଦ୍ର ମିଶ୍ର, ଆୟୋଜକ ମୁଖ୍ୟ ଶଶୀ ଭୂଷଣ ପଣ୍ଡା, ଗାଁର ପୁର୍ବ ଐତିହ୍ୟ ସମାଜ ସେବା ଠାରୁ ଆରମ୍ଭ କରି ସ୍କୁଲ, ମନ୍ଦିର, ରାଜନୈତିକ କ୍ଷେତ୍ରରେ ନେତୃତ୍ୱ ବହନ କରୁଥିବା କମା ଘର ବଂଶ ଧର ଆର ବିଶ୍ଵନାଥ ରାଜୁ, 37ନଂ ଜିଲ୍ଲାପରିଷଦ ସଦସ୍ୟ ରଂଜିତ ବେହେରା,ଏବଂ 36 ନଂ ଜିଲ୍ଲା ପରିଷଦ ସଦସ୍ୟ ଭଜମନବେହେରା, ଙ୍କ ସହ ପ୍ରାୟ ଅଧିକାଂଶ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ଗ୍ରାମବାସୀ, ସେବାୟତ ମଣ୍ଡଳୀ, ପୂର୍ବତନ ସରପଞ୍ଚବିପିନ ମହାପାତ୍ର ବର୍ତମାନ ସରପଞ୍ଚ ପ୍ରତିନିଧି ବସନ୍ତ ମହାପାତ୍ର, ବ୍ଲକ ଅଧକ୍ଷା ଙ୍କ ସ୍ୱାମୀ ତାପସ ବେହେରା, ଙ୍କ ସହିତ ବହୁ ଗ୍ରାମବାସୀ ଉପସ୍ଥିତ ରହି ଏହି ଚଣ୍ଡୀ ଯଜ୍ଞ କିପରି ଶାନ୍ତି ଶୃଙ୍ଖଳା ସହିତ ହେବ, ଏବଂ ଯଜ୍ଞ ପାଇଁ ଉପକରଣ, ତଥା ଆନୁସାଙ୍ଗିକ ଦ୍ରବ୍ୟ କିପରି କାହାଠାରୁ ମଗାଯିବ ତାଉପରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରାଯାଇ ବୈଠକ ସାଙ୍ଗ କରାଯାଇଥିଲା |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.