ଗରିବ ଅସହାୟ ଲୋକନାଥ ମାଝିଙ୍କ ଚିକିତ୍ସା କରାଇଲା ମୈତ୍ରୀ ଇନଫ୍ରା କମ୍ପାନୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ ଜଣେ ଗରିବ ଅସହାୟ ବ୍ୟକ୍ତି । ଆଉ ଉଚ୍ଚ ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ । ତେବେ ଏହି ଅସହାୟ ବ୍ୟକ୍ତିଙ୍କୁ ଆର୍ଥିକ ସାହାର୍ଯ୍ୟ ତଥା ଉଚ୍ଚ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରି ଅସହାୟ ବ୍ୟକ୍ତିଙ୍କୁ ନୂଆ ଜୀବନ ଦେବା ସହ ଗରିବ ପରିବାରର ସଦସ୍ୟଙ୍କ ମୁହଁରେ ହସ ଫୁଟାଇ ପାରିଛି ମୈତ୍ରୀ ଇନଫ୍ରାଷ୍ଟ୍ରାକଚର ଏଣ୍ଡ ମାଇନିଂ ଇଣ୍ଡିଆ କମ୍ପାନୀ । ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରି ଆସିବା ପରେ କମ୍ପାନୀ ଅଧ୍ୟକ୍ଷଙ୍କୁ କୃତଞତା ଜଣାଇଛନ୍ତି ବ୍ୟକ୍ତି ଜଣକ । ରାୟଗଡା ଜିଲ୍ଳା କାଶିପୁର ବ୍ଳକ ସୁଙ୍ଗେର ଗ୍ରାମ ପଂଚାୟତ ଅନ୍ତର୍ଗତ ଶାଗବାରୀ ଗ୍ରାମର ଅସହାୟ ବ୍ୟକ୍ତି ଲୋକନାଥ ମାଝି ଓରଫ ଲକ୍ଷ୍ମଣ ମାଝି । ନିକଟରେ ସେ କୈାଣସି କାରଣରୁ ବିଦ୍ୟୁତ ଆଘାତରେ ଗୁରୁତର ହୋଇ ପଡିଥିଲେ । ତାଙ୍କର ମୁଣ୍ଡ ସହ ବାମ ହାତ ଓ ଗୋଡ ଏବଂ ଶରୀର ଅନ୍ୟ ଅଂଶଗୁଡିକରେ ବିଦ୍ୟୁତ ଆଘାତ ଫଳରେ ସେ କ୍ଷତବିକ୍ଷତ ହୋଇ ପଡିଥିଲେ । ଘଟଣାଦିନ ପରିବାର ସଦସ୍ୟ ଏବଂ ଗ୍ରାମବାସୀମାନେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଇଥିଲେ । ତଥାପି ଲକ୍ଷ୍ମଣଙ୍କ ସ୍ୱାସ୍ଥ୍ୟବସ୍ଥାରେ କୈାଣସି ଉନ୍ନତି ନ ଆସିବାରୁ ପରିବାର ଲୋକେ ଦଃୁଖରେ ଭାଙ୍ଗି ପଡିଥିଲେ । ରୋଜଗାରକ୍ଷମ ସ୍ୱାମୀଙ୍କ ଏପରି ଅବସ୍ଥାରେ ଦୁଇ ପୁଅ ଓ ଗୋଟିଏ ଝିଅର ଭରଣପୋଷଣ ନେଇ ଚିନ୍ତାରେ ପଡିଯାଇଥିଲେ ଅସହାୟ ଲକ୍ଷ୍ମଣଙ୍କ ସ୍ତ୍ରୀ । କୋରାପୁଟ, ବ୍ରହ୍ମପୁର, କଟକ ସବୁ ସ୍ଥାନରେ ଚିକିତ୍ସା ପରେ ମଧ୍ୟ ଲକ୍ଷ୍ମଣଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସି ନ ଥିଲା | ଆଉ ଲକ୍ଷ୍ମଣଙ୍କ ଉଚ୍ଚ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା | ଗ୍ରାମବାସୀମାନେ ମୈତ୍ରୀ ଇନଫ୍ରାଷ୍ଟ୍ରକଚର ଏଣ୍ଡ ମାଇନିଂ ଇଣ୍ଡିଆ କମ୍ପାନୀ ସଂସ୍ଥାପକ ଅଧ୍ୟକ୍ଷ ଶ୍ରୀନିବାସ ରାଓଙ୍କୁ ସମସ୍ତ ବିଷୟରେ ଅବଗତ କରାଇବା ସହ ଆର୍ଥିକ ସାହାର୍ଯ୍ୟ ନିମନ୍ତେ ନିବେଦନ କରିଥିଲେ । କମ୍ପାନୀ ଅଧ୍ୟକ୍ଷ ଶ୍ରୀ ରାଓ ଏ ନେଇ ତୁରନ୍ତ ଲକ୍ଷ୍ମଣଙ୍କୁ ଏକ ସ୍ୱତନ୍ତ୍ର ଗାଡି ଯୋଗେ ବିଶାଖାପାଟଣାମ ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତି କରାଇବାର ବ୍ୟବସ୍ଥା କରାଇଥିଲେ । ସେଠାରେ ଲକ୍ଷ୍ମଣ ୨୦ଦିନ ପର୍ଯ୍ୟନ୍ତ ଚିକିତ୍ସିତ ହୋଇଥିଲେ । ଚିକିତ୍ସା ଖର୍ଚ୍ଚ ସହ ପରିବାର ସଦସ୍ୟଙ୍କ ଖାଇବା ପିଇବା ଖର୍ଚ୍ଚ ବାବଦକୁ ମୈତ୍ରୀ କମ୍ପାନୀ ପାଖାପାଖି ୧୦ଲକ୍ଷ ଟଙ୍କା ଲକ୍ଷ୍ମଣଙ୍କ ପାଇଁ ଖର୍ଚ୍ଚ କରିଥିବା କମ୍ପାନୀ କର୍ତୁପକ୍ଷ ଜଣାଇଛନ୍ତି । ବ‌ର୍ତମାନ ଚିକିତ୍ସିତ ହୋଇ ଫେରିଥିବା ଲକ୍ଷ୍ମଣର ବାମ ହାତଟି କାଟି ଦିଆଯାଇଥିବା ବେଳେ ତାଙ୍କ ପରିବାର ଭରଣପୋଷଣ ତଥା ପିଲାଙ୍କ ଭବିଷ୍ୟତ ପାଇଁ କମ୍ପାନୀ ନିଶ୍ଚିତ ସହଯୋଗର ହାତ ବଢେଇବ ବୋଲି ଗ୍ରାମବାସୀ ଆଶାବାନ୍ଧି ରହିଥିବା ବେଳେ ଏକ ଗରିବ,ଅସହାୟ ବ୍ୟକ୍ତିଙ୍କୁ ମୃତ୍ୟୁମୁଖରୁ ବଂଚାଇଥିବା ଯୋଗୁଁ ମୈତ୍ରୀ କମ୍ପାନୀର ଏଭଳି ବଦନ୍ୟତା ଯୋଗୁଁ ଅଧ୍ୟକ୍ଷ ଶ୍ରୀ ରାଓଙ୍କୁ ଅଂଚଳର ବୁଦ୍ଧିଜୀବି ମହଲରେ ଭୂୟସୀ ପ୍ରଶଂସା କରାଯାଉଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.