ରେଡକ୍ରସ ସୋସାଇଟି ତରଫରୁ ହାଇଜେନିକ କିଟ୍ ବଣ୍ଟନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ପ୍ରମୋଦ ସେଲମା): ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ଶାଖା ତରଫରୁ ଯୋଗାଇ ଦେଇଥିବା ହାଇଜେନିକ୍ କିଟ୍‌କୁ ବଲାଙ୍ଗିର ଜିଲ୍ଲା ଜୁନିୟର ରେଡକ୍ରସ ସୋସାଇଟି ତରଫରୁ ସଇଁତଲା ବ୍ଲକ ଅନ୍ତର୍ଗତ ବଡମାଲ ଗୋଲାବାରୁଦ କାରଖାନା ନିକଟସ୍ଥ ଶ୍ରଦ୍ଧାସାଇ ଆନନ୍ଦ ଚେତନା କୁଷ୍ଠାଶ୍ରମର ଅନ୍ତବାସୀଙ୍କୁ ହାଇଜେନିକ କିଟ୍ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବଚରଣ ବେହେରାଙ୍କ ତତ୍ତ୍ୱାବଧାନ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବିଡ଼ିଓ ବିନୟ କୁମାର ଭୋଇ ଯୋଗ ଦେଇ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଉପରେ ମତବ୍ୟକ୍ତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଗଣ୍ଡପତ୍ରାପାଲି ସରପଞ୍ଚ ମନୀଷ ସୁନା, ସମାଜସେବୀ ରଂଜନ ପାତ୍ର, ଓଡ଼ିଆ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ବଡମାଲ ପ୍ରଧାନଶିକ୍ଷକ ରାଧେଶ୍ୟାମ ବାରିକ, ସେକ୍ସନ ଅଫିସର ଅର୍ଜୁନ ପାଣିଗ୍ରାହୀ ଯୋଗଦେଇଥିଲେ । ଏହି ଅବସରରେ ଜୁନିୟର ରେଡ଼କ୍ରସ କାଉନସେଲର ରଞ୍ଜିତା ମିଶ୍ର ହାତ ଧୁଆର ୬ ଗୋଟି ସୋପାନ ପ୍ରଦର୍ଶନ ମାଧ୍ୟମରେ ବୁଝାଇଥିଲେ ।ପରେ ଶ୍ରଦ୍ଧାସାଇ ଆନନ୍ଦ ଚେତନା କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ହାଇଜେନିକ୍ କିଟ୍ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା, ଏପିଓ ବନଜା ବାସିନୀ ଦାଶ, ଜୁନିୟର ରେଡ଼କ୍ରସ କାଉନସେଲର ସୁଦର୍ଶନ ନାୟକ, ଶିକ୍ଷକ ଚିନ୍ତାମଣି ମଲ୍ଲିକ, ଶିଶିକାନ୍ତ ନାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ସଇଁତଲା ବ୍ଲକ ରେଡ଼କ୍ରସ ସଂଗଠକ ହେମନ୍ତ ବେମାଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ରାମ ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.