ଗୋଚର ଜମି ଜବରଦଖଲ ଉଚ୍ଛେଦ ପାଇଁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ରେଙ୍ଗାଲପାଲି ପଞ୍ଚାୟତର କାଦୋପଦର ଗ୍ରାମରେ ଥିବା ଗୋଜର ଜମିକୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ବୁଧବାର ଗ୍ରାମବାସୀ କୋକସରା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଗ୍ରାମରେ ଥିବା ସରକାରୀ ଜାଗା ଓ ଗୋଚର ଜମିକୁ ଦିର୍ଘ ବର୍ଷରୁ କିଛି ବ୍ୟକ୍ତିବିଶେଷ ଅକ୍ତିଆର କରି ରଖିଛନ୍ତି। ଫଳରେ ଗାଇ ଗୋରୁ ଚରିବାକୁ ମଧ୍ୟ ଜାଗା ମିଲୁ ନଥିବାବେଳେ ନାନା ସମସ୍ୟା ସୃଷ୍ଟି ହେଉଛି। ଏନେଇ ଆଜି ଗ୍ରାମର ବିପିନ୍ ବିହାରୀ ମହାରଣାଙ୍କ ନେତୃତ୍ବରେ ତ୍ରିଲୋଚନ ଶବର, ଚନ୍ଦ୍ର ଶବର ସମେତ ଗ୍ରାମବାସୀଙ୍କ ଉପସ୍ଥିତିରେ କୋକସରା ତହସିଲଦାର ନବିନ କିଶୋର ପାଢ଼ୀଙ୍କୁ ଗ୍ରାମର ଧନୁର୍ଯ୍ୟ ମାଝୀ, ବାଲ୍ମୀକି ଜାଲ, ୱାର୍ଡ଼ ସଭ୍ୟା ସରୋଜିନୀ ସୁନାନୀ, ତରୁଣ ଶବର, ମହନ ସୁନାନୀ, ନକୁଲ ଶବର, ତ୍ରିନାଥ ଶବର, ଭୂମି ଦାସ, ବାସନ୍ତୀ ମାଝୀ ସମେତ ଶତାଧିକ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ଜବର ଦଖଲକୁ ଉଚ୍ଛେଦ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.