ମୋଟେର ପଞ୍ଚାୟତ: ଚାଉଳ ଯୋଗାଣ ଅନିୟମିତତା ଅଭିଯୋଗ

ତିନି ମାସ ହେଲା ଚାଉଳ ପାଇ ନାହାନ୍ତି ହିତାଧିକାରୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଲୋକଙ୍କ ହିତ ଓ ସୁଲଭ ମୂଲ୍ୟରେ ରାସନ ସାମଗ୍ରୀ ପାଇବା ପାଇଁ ସରକାର ରାସନ କାର୍ଡ ପ୍ରଦାନ କରିଛନ୍ତି। ହେଲେ ଏହି ଯୋଜନା ର ସାମଗ୍ରୀ ବିତରଣ ଅଧିକାରୀଙ୍କ ବାଟ ମାରଣା ଯୋଗୁଁ ଆଜି ହିତାଧିକାରୀ ହଇରାଣ ହେବା ସଙ୍ଗେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏଭଳି ଖବର ଜନୈକ ଯୋଗାଣ ସହାୟକଙ୍କ ଦ୍ଵାରା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭିଯାଗ ଆସିଛି କୋକସରା ବ୍ଲକ ମୋଟେର ପଞ୍ଚାୟତରୁ। ଏହି ପଞ୍ଚାୟତ ଅନ୍ତର୍ଗତ ଖୁଟୁଲୁଗୁଡା ଗ୍ରାମର ୭ ଓ ୮ ନମ୍ବର ଓ୍ଵାର୍ଡର ୨୧୦ ହିତାଧିକାରୀ ତିନି ମାସ ହେବ ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏନେଇ ଗୁରୁବାର ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି ହିତାଧିକାରୀ। ମିଳିଥିବା ଅଭିଯୋଗ ଅନୁଯାୟୀ, ମୋଟେର ପଞ୍ଚାୟତରେ ବିଭିନ୍ନ ଯୋଜନାରେ ମୋଟ ୧୦୦୬ ଜଣ ହିତାଧିକାରୀ ଅଛନ୍ତି। ଏମାନଙ୍କ ପାଇଁ ମୋଟ ୩ଶହ କୁଇଣ୍ଟାଲ ୪୨ କେଜି ଚାଉଳ ଏଲଟମେଣ୍ଟ ରହିଛି। ପ୍ରତି ମାସରେ ଶସ୍ଯାଗାରରୁ ଚାଉଳ ଉଠିଛି ଏବଂ ପରିବହନ ଠିକାଦାରଙ୍କ ଦ୍ଵାରା ପଞ୍ଚାୟତ ପଏଣ୍ଟକୁ ଚାଉଳ ଯୋଗାଣ ହୋଇଛି। ତା ସତ୍ତ୍ବେ ବି ଖୁଟୁଲୁଗୁଡାର ଦୁଇ ଓ୍ଵାର୍ଡର ଜଣେ ବି ହିତାଧିକାରୀ ଚାଉଳ ପାଇ ନାହାନ୍ତି। ଚାଉଳ ପାଇଁ ହିତାଧିକାରୀ ନିର୍ଦ୍ଦିଷ୍ଟ ଦିନରେ ପଞ୍ଚାୟତକୁ ଯାଇ ଫେରି ଆସିଛନ୍ତି। ହିତାଧିକାରୀଙ୍କ କହିବାନୁଯାୟୀ “ଏଲଟମେଣ୍ଟ କମ୍ ଆସିଛି। ଆସନ୍ତା ମାସ ଏଲଟମେଣ୍ଟ ଆସିଲେ ଆପଣଙ୍କ ଚାଉଳ ଦିଆଯିବ କହି ଯୋଗାଣ ସହାୟକ ପରମାନନ୍ଦ ଧଙ୍ଗଡାମାଝୀ ହିତାଧିକାରୀଙ୍କୁ ଫେରାଇ ଦେଉଥିଲେ। ଲଗାତାର ତିନି ମାସ ଗୋଟିଏ ଘଟଣାର ପୁନରାବୃତ୍ତି ହେବା ପରେ ହିତାଧିକାରୀ ମୋଟେର ସରପଞ୍ଚ, କୋକସରା ଯୋଗାଣ ନିରୀକ୍ଷକ ଓ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ଵାରସ୍ଥ ହୋଇଥିଲେ। କିଛି ସୁଫଳ ନମିଳିବାରୁ ଗୁରୁବାର ହିତାଧିକାରୀମାନେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଏଲଟମେଣ୍ଟ ଅନୁଯାୟୀ ଚାଉଳ ଉଠାଣ ପରେ ବି କାହିଁକି ହିତାଧିକାରୀଙ୍କୁ ଚାଉଳ ଦିଆଯାଇନାହିଁ ବୋଲି ମୋଟେର ପଞ୍ଚାୟତ କାର୍ଯ୍ଯନିର୍ବାହୀ ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନାହିଁ। ହିତାଧିକାରୀଙ୍କୁ ତାଙ୍କ ବକେୟା ଚାଉଳ ତୁରନ୍ତ ଦିଆନଗଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି କଂଗ୍ରେସ ନେତା ଦିଗାମ୍ବର ଦୂରିଆ, ସନ୍ତୋଷ ପାଢୀ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.