ଷୋଳଘର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବେଟେରି ଚାଳିତ ସ୍ପ୍ରେପମ୍ପ ବଣ୍ଟନ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଷୋଳଘର ଗ୍ରାମର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ରେ ଇଫକୋ ଓ ଆଇ ଏଫଡିସି ତରଫରୁ ସ୍ୱୟଂ ସହାୟିକା ଗୋଷ୍ଟିଙ୍କୁ ସ୍ୱାବଲମ୍ବୀ ଓ ସ୍ୱାରୋଜଗାର ହେବା ନିମନ୍ତେ ବେଟେରି ଚାଳିତ ସ୍ପ୍ରେ ପମ୍ପ ମିସିନ ଓ ନାନୋ ୟୁରିଆ, ନାନୋ ଡିଏପି, ଏବଂ ବାୟୋ ଫର୍ଟି ଲାଇଜେର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମ ରେ କୃଷି ସହକାରୀ ଅଧିକାରୀ ଦେବାଶିଷ ବିନ୍ଧାଣୀ, କୃଷି ଅଧିକାରୀ ତୁଷାର କାନ୍ତି ବେହେରା, ଓ ଆଇ ଏଫଡିସି ର ଓଡିଶା ପ୍ରଭାରୀ ମୁକେଶ କୁମାର ଖାନା, ନାୟବ ସରପଞ୍ଚ ବିପିନ କୁମାର ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମ ରେ ୬୦ଜଣ ମହିଳା ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମକୁ ଆଇ ଏଫ ଡିସିର କ୍ଷେତ୍ର ଅଧିକାରୀ ଅଜୟ ବଳବନ୍ତ ରାୟ ଓ ରବି ନାରାୟଣ ପାଣିଗ୍ରାହୀ ପରିଚାଳନା କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.