ନର୍ଲାର ପୂର୍ବତନ ବିଡିଓ ଡ଼. ବ୍ୟାସଦେବ ବେହେରାଙ୍କ ଅକାଳ ବିୟୋଗ; ବ୍ଲକ ଷ୍ଟାଫଙ୍କ ନୀରବ ପ୍ରାର୍ଥନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ପୂର୍ବତନ ବିଡିଓ ଡ. ବ୍ୟାସଦେବ ବେହେରାଙ୍କ ଗୁରୁବାର ରାତିରେ ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା । ତାଙ୍କ ବ୍ରେନ ହେମରେଜ ହୋଇ ଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗତ ୧୫ ଦିନ ତଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ଡାକ୍ତରଖାନାକୁ ନିଆଯାଇଥିଲା । ବର୍ତ୍ତମାନ ସେ ବରଗଡ ଜିଲ୍ଲାର ଭଟଲି ବ୍ଲକର ବିଡିଓ ଭାବରେ କାର୍ଯ୍ୟରତ ଥିଲେ । ନର୍ଲାରେ ୨୦୧୯ ରୁ ୨୦୨୨ ଯାଏଁ ବିଡିଓ ଦାଇତ୍ୱରେ ରହି କାର୍ଯ୍ୟ କରୁଥିଲେ । ୨୦୨୦ ଓ ୨୦୨୧ ମସିହାରେ ନର୍ଲା ଅଞ୍ଚଳରେ ପ୍ରବଳ କରୋନା ଲହର ସମୟରେ ନିଜ ଜୀବନକୁ ଜଳାଞ୍ଜଳୀ ଦେଇ କରୋନା ଯୋଦ୍ଧା ଭାବରେ ନର୍ଲାର ପ୍ରତି ଗ୍ରାମ ପଞ୍ଚାୟତରେ କରାଯାଇଥିବା ଟିଏମ୍ସି ସେଣ୍ଟର ଗୁଡିକ ସ୍ଥାନୀୟ ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷାଙ୍କ ସହ ସମନ୍ୱୟ ରକ୍ଷାକରି ସୁପରିଚାଳନା କରି କରୋନା ମହାମାରୀକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । କେବଳ ନର୍ଲା ବାସୀ ବୋଲି ନୁହଁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ରହିଥିବା ପ୍ରବାସୀ କଳାହାଣ୍ଡିଆ ମାନଙ୍କ ଉତ୍ତମ ଯତ୍ନ ନେଇ ସମସ୍ତଙ୍କ ପ୍ରୀୟ ଭାଜନ ହେବା ସହ ଜିଲ୍ଲା ଉଚ୍ଚ କତ୍ତୃପକ୍ଷଙ୍କ ପ୍ରୀୟ ପାତ୍ର ସାଜି ଅନେକ ପ୍ରଶଂସା ସାଉଁଟିଥିଲେ । ଗୁରୁବାର ରାତିରେ ତାଙ୍କର ଅକାଳ ବିୟୋଗ ଖବର ପାଇ ନର୍ଲାରେ ଶୋକର ଛାୟା ଖେଳି ଯାଇଥିବା ବେଳେ ନର୍ଲା ବ୍ଲକ ସମ୍ମେଳନ କକ୍ଷରେ ଗୁରୁବାର ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏମ.ଜଗଜ୍ଜୀବନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିର୍ବାଚନ ପରିଚାଳନା ନିମନ୍ତେ ତାଲିମ ପ୍ରଦାନ କରାଯାଉଥିବା “ବିଏଲଓ” ତାଲିମ ଶିବିରରେ ତାଲିମ ନେଉଥିବା ୧୨୦ ଜଣ ବିଏଲଓଙ୍କ ସମେତ ନର୍ଲା ଏବିଡିଓ ଦେବେନ୍ଦ୍ର ସାମଲ, ଜିପିଇଓ କ୍ଷୀତିଶଚନ୍ଦ୍ର ନାଏକ, ସେକ୍ସନ ଅଫିସର ଦିଗ ପଧାନ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଗଣ ଉପସ୍ଥିତ ରହି ନର୍ଲାର ପୂର୍ବତନ ବିଡିଓ ସ୍ୱର୍ଗତ ଶ୍ରୀ ବେହେରାଙ୍କ ଅମର ଆତ୍ମାର ସଦଗତି କାମନା କରି ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଜଣେ ସରଳ ଓ ଅମାୟୀକ ବ୍ୟକ୍ତିତ୍ୱର ଅଧିକାରୀ ସ୍ୱର୍ଗତ ଶ୍ରୀ ବେହେରାଙ୍କ ନିଧନରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତୀ, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତୀ, ନର୍ଲା ତହସିଲଦାର ବିଶ୍ୱରଞ୍ଜନ କଅଁର, ସର୍ଗିଗୁଡା ସରପଞ୍ଚ ଦୀପଞ୍ଜଳୀ ବୁଦ୍ଧିଆ, ସମିତି ସଦସ୍ୟ ଚିରଞ୍ଜିବି ଗୌଡ଼ିଆ, ନର୍ଲା ସାମ୍ବାଦିକ ୟୁନିଅନ(ଓୟୁଜେ) ସଦସ୍ୟ ବୃନ୍ଦ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଅତ୍ମାର ସଦଗତି କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.