ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ଭାରତୀୟ ଜନତା ପାର୍ଟି(ବିଜେପି) ମହିଳା ମୋର୍ଚ୍ଚାର ମିଶ୍ରଣ ପର୍ବ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ସେରିଗୁଡା ସ୍ଥିତ ବିଜେପିର ନୂତନ କାର୍ଯ୍ୟାଳୟ ଠାରେ ମହିଳା ମୋର୍ଚ୍ଚା ଜିଲ୍ଳା ସଭାନେତ୍ରୀ ବୁରୁଡି ଲକ୍ଷ୍ମୀଙ୍କ ତତ୍ୱାବଧାନରେ ରାୟଗଡା ଓ ଜେକେପୁର ଅଂଚଳରୁ ୫୦ଜଣ ନୂତନ ମହିଳା ସଦସ୍ୟାମାନେ ଯୋଗଦାନ କରିଛନ୍ତି । କେନ୍ଦ୍ରରେ ମୋଦି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ତଥା ଗରିବ କଲ୍ୟାଣ ଯୋଜନା ପାଇଁ ଅନେକ ଲୋକେ ଉପକୃତ ହୋଇପାରୁଥିବା ବେଳେ ମୋଦିଜୀ ଓଡିଶାକୁ ମଧ୍ୟ ଅନେକ କ୍ଷେତ୍ରରେ ଗୁରୁତ୍ୱ ଦେଇ ଆସୁଛନ୍ତି । ମୋଦିଙ୍କ ଶାସନରେ ଅନୁପ୍ରାଣିତ ହୋଇ ମହିଳାମାନେ ବିଜେପିରେ ଯୋଗ ଦେଇଥିିବା ଜିଲ୍ଳା ସଭାନେତ୍ରୀ ଲକ୍ଷ୍ମୀ ପ୍ରକାଶ କରିଛନ୍ତି । ଆଜିର ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ସଭାପତି ଶିବ ପଟ୍ଟନାୟକ, କେ.ଅଶ୍ୱିନୀ,ଭାନୁମତି ମୁଦୁଲି,ରାମଚନ୍ଦ୍ର ବେହେରାଙ୍କ ସମେତ ଜିଲ୍ଲା ଓ ରାଜ୍ୟ କମିଟିରୁ ଆସିଥିବା ମହିଳା ପଦାଧିକାରୀମାନେ ଉପସ୍ଥିତ ରହିଥିଲେ ।