ବିଦ୍ୟାଳୟ ପରିସରରେ ପଞ୍ଚମ ଶ୍ରେଣୀ ଛାତ୍ରକୁ କାମୁଡ଼ିଲା କୁକୁର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ଼ ବ୍ଲକ ବେହେରାଗୁଡା ପ୍ରାଥମିକ ବିଦ୍ୟାଳୟର ଜଣେ ୫ମ ଶ୍ରେଣୀ ଛାତ୍ରକୁ କୁକୁର କାମୁଡିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ମଧ୍ୟାହ୍ନ ଭୋଜନ ପରେ ବେହେରାଗୁଡା ଗ୍ରାମର ଆର୍ଯ୍ୟନ ଗାନ୍ଧୀ(୧୦) ନାମକ ପଞ୍ଚମ ଶ୍ରେଣୀର ଛାତ୍ର ବିଦ୍ୟାଳୟ ପରିସରରେ ଖେଳୁଥିବା ବେଳେ ଏକ କୁକୁର ଛୁଆ କାମୁଡି ଦେଇଥିଲା। ଛାତ୍ରର ଅଭିଭାବକ ତୁରନ୍ତ ଧର୍ମଗଡ଼ ଡାକ୍ତରଖାନା ନେଇ ଚିକିତ୍ସିତ କରାଇଥିଲେ। ଏନେଇ ଛାତ୍ରର ଅଭିଭାବକ ଧର୍ମଗଡ଼ ଶିକ୍ଷା ଅଧିକାରୀଙ୍କୁ ଶିକ୍ଷକମାନଙ୍କ ଦାୟିତ୍ବହୀନତା ଯୋଗୁ ଏପରି ଘଟଣା ହୋଇଥିବା ଅଭିଯୋଗ କରିଛନ୍ତି। ଶିକ୍ଷକମାନେ କୁକୁର କାମୁଡ଼ିଲାପରେ ମଧ୍ୟ ଅଭିଭାବକଙ୍କୁ ଜଣାଇ ନଥିବା ତଥା କୌଣସି ପ୍ରାଥମିକ ଚିକିତ୍ସା ମଧ୍ୟ କରାଇ ନଥିବା ଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି। ବିଦ୍ୟାଳୟରେ ୧୦ ଜଣ ଶିକ୍ଷକ ଥାଇ, ବାଡ଼ ଭିତରେ କୁକୁର ପଶି ଛାତ୍ରକୁ କୁକୁର କାମୁଡ଼ିବା ନିଶ୍ଚିତ ଭାବରେ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏନେଇ ସିଆରସିସି ଧରଣୀ ଟୋଲଟିଆଙ୍କୁ ପଚାରିବାରୁ ଶିକ୍ଷା ବିଭାଗ ଏହି ଘଟଣାକୁ ଗୁରୁତର ସହ ନେଇ ଏହାର ତଦନ୍ତ ଚଳାଇଛି ବୋଲି ପ୍ରକାଶ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.