ପର୍ବତାରୋହୀ ଜିତେନ୍ ସାହୁଙ୍କୁ ନେସନାଲ କଲେଜ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା 

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ସ୍ଥାନୀୟ ସିଲଦା ସ୍ଥିତ ନେସନାଲ କଲେଜ ଠାରେ ପର୍ବତାରୋହୀ ଜିତେନ୍ ସାହୁଙ୍କ  ସ୍ୱାଗତ ଏବଂ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ କେବିନେଟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନେସନାଲ କଲେଜ ଗଭର୍ଣ୍ଣିଙ୍ଗ ବଡ଼ି ସଭାପତି କ୍ଷିତୀଶ ବୋଧଙ୍କର, ଜିଲ୍ଲା କ୍ରିକେଟ ସଙ୍ଘ ସମ୍ପାଦକ ସରୋଜ ସାହୁ, ଡ଼ୁମେରପାଣି ସରପଞ୍ଚ ଟେକରାମ ସାହୁ, ପୂର୍ବତନ ପ୍ରିନ୍ସପାଲ ନୁରସିଂହ ଚରଣ ସାହୁ, ପ୍ରିନ୍ସିପାଲ ହିତେଶ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ଏହି ସମ୍ବର୍ଦ୍ଧନା ସଭାରେ ପର୍ବତାରୋହୀ ଜିତେନ୍ ସାହୁଙ୍କୁ ଫୁଲତୋଡ଼ା ଓ ବୁକେ ଦେଇ ସ୍ୱାଗତ କରାଯଇଥିଲା | ପର୍ବତାରୋହୀ ଜିତେନ୍ ସାହୁ ଏହି ଅବସରରେ ନିଜର ଅନୁଭୂତି  ପ୍ରକାଶ କରିଥିଲେ | ଏହି କାର୍ଯ୍ୟକ୍ରମକୁ ନେସନାଲ କଲେଜର ପିଟି ଅଧ୍ୟାପକ ପ୍ରକାଶ ସାହୁ ପରିଚାଳନା କରିଥିବା ବେଳେ ଶେଷରେ ଅର୍ଥନୀତି ଅଧ୍ୟାପକ ଦୁର୍ଲଭ ଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ | ଏହି ସଭାରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ବୃନ୍ଦ ଉପସ୍ଥିତ ଥିଲେ| ପ୍ରକାଶ ଯେ, କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ତରଫରୁ ନେସନାଲ କଲେଜରୁ ଦୁଇଜଣ ଛାତ୍ରୀଙ୍କୁ ପର୍ବତ ଆରୋହଣ କରିବା ପାଇଁ ପଠା ଯାଇଥିଲା କିନ୍ତୁ ଜିତେନ୍ ସାହୁ ସେଠାରେ ଚୟନ ହୋଇ ଫିଜିକାଲ ଟ୍ରେନିଂ ପାସ କରିଥିଲେ | ପରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର କ୍ରୀଡା ପରିଷଦର ନିର୍ଦେଶକ ଘନଶ୍ୟାମ ବେହେରା, ଏନସିସି ଅଧିକାରୀ ପ୍ରିୟ ରଂଜନ ବେହେରା ଏବଂ ଅନ୍ୟ କଲେଜର ପର୍ବତାରୋହୀଙ୍କ ସହିତ ଉତ୍ତରାଖଣ୍ଡର ରୁଡୁଗୈରା ପର୍ବତ ଯାହାର ଉଚ୍ଚତା ୧୯,୧୦୦ ଫୁଟକୁ ଚଢିଥିଲେ | ଭାରତ ବର୍ଷ ରେ ଏପରି କରିଥିବାରୁ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ୩ ବିଶ୍ୱବିଦ୍ୟାଳୟ ଭାବେ ନୂଆ ଇତିହାସ ରଚିଛି | ସମସ୍ତ ଶିକ୍ଷା ଅନୁଷ୍ଠାନ, ଅଧ୍ୟାପକ ଅଧ୍ୟାପିକା, ବୁଦ୍ଧିଜୀବୀ, ଆଇନଜୀବୀ ଜିତେନ୍ ଙ୍କ ଏପରି ଅଦମ୍ୟ ସାହସ ଓ ପରିଶ୍ରମ ପାଇଁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଦେଉଛନ୍ତି | ଏହି ଅବସରରେ ଆଇନଜୀବି କ୍ଷିତୀଶ ବୋଧଙ୍କର ୨୦୦୦ ଟଙ୍କା ଓ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ୫୦୦୦ ଟଙ୍କା ଦେଇ ଜିତେନ୍ଦ୍ରଙ୍କ ପୁରସ୍କୃତ କରିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.