ନୂଆ ଡାକ୍ତରଖାନା ନିର୍ମାଣରେ ଅନିୟମିତତା ଅଭିଯୋଗ 

ଜଟିଆ ପାହାଡ଼ ଫଟାଇ ବାଲି ବଦଳରେ ମାଟି ପକାଇ କୋଠା ନିର୍ମାଣ

ତହସିଲଦାରଙ୍କ ଦ୍ୱାରା ୬୦ ହଜାର ଟଙ୍କା ଜରିମାନା 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ବ୍ଲକ ଠାରେ ଚାଲିଥିବା ଏକ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯାଉ ବେଳେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିର୍ମାଣ କରୁଥିବା ଏକ ଘରୋଇ କମ୍ପାନୀ ଏମବିସିସି କୁ ଦାୟିତ୍ଵ ଦିଆଯାଇଥିଲା ତେବେ ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର କାମ ଚାଲିଥିବା ବେଳେ ପାଖରେ ଥିବା ଜଟିଆ ଡୁଙ୍ଗୁରି କୁ ବେଆଇନ ଭାବେ ଜେସିପି ମାଧ୍ୟରେ ପାହାଡ କୁ ଫଟାଇ ମାଟି ଆଣି ନିର୍ମାଣ ହସ୍ପିଟାଲରେ ତିଆରି ହେଉଥିବା ସ୍ଥାନରେ ମାଟିରେ ଭର୍ତି କରାଯାଉଛି l ଏହି ଡାକ୍ତରଖାନା ନିର୍ମାଣ ପାଇଁ ୧୦ ଗୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଛି l ଏହି କାର୍ଯ୍ୟ ଚାଲିଥିବା ବେଳେ କୋଣସି ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀମାନଙ୍କ ଦେଖା ଦର୍ଶନ ମିଳୁନାହିଁ l ଯାହାଫଳରେ ଠିକାଦାର ବେଡ଼ଧକ ଭାବେ ନିର୍ମାଣଧୀନ କାର୍ଯ୍ୟରେ ବାଲି ବଦଳେ ମାଟି ପକାଉଥିବା ଅଭିଯୋଗ ହେଉଛି l ଏପରିକି ଥିବା ବିଡ଼ିଓ, ମେଡିକାଲ ଅଫିସର କିମ୍ବା ଅନ୍ୟ ଅଧିକାରୀମାନେ ଦେଖି ଆସୁ ନ ଥିବାରୁ ବୃଦ୍ଧିଜୀବି ମହଲରେ ଅସନ୍ତୋଷ ଦେଖାଦେଇଛି l ଖବର ପାଇଁ ସ୍ଥାନୀୟ ତହସିଲଦାର ମାନସଫିଲ କେରକେଟା, ସଇଁତଲା ବନ ବିଭାଗ ରେଞ୍ଜର ସଂଘମିତ୍ରା ଭୋଇ ଓ ସଇଁତଲା ରାଜସ୍ଵ ନିରୀକ୍ଷକ ନମ୍ରତା ବାରା ପହଞ୍ଚି ଘଟଣାସ୍ଥଳରୁ ଏକ ଜେସିବି ଗାଡ଼ି ଓ ଏକ ଟ୍ରାକ୍ଟର ଜବତ କରିବା ସହ ୬୦ ହଜାର ଟଙ୍କା ଜରିମାନା ପକାଇଥିବା ଜଣାପଡିଛି । ଅନ୍ୟପକ୍ଷରେ କିଛି ମୂଲ୍ୟବାନ ଗଛ ମଧ୍ୟ କମ୍ପାନୀ କାଟି ଦେଇଥିବାରୁ ସଇଁତଲା ଫରେଷ୍ଟର ଆଶୁତୋଷ ମହାକୁଡ଼ଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଠିକାଦାରଙ୍କୁ ଡକାଯାଇଛି l ତେଣୁ ଏକ ମାମଲା ରୁଜୁ କରି ଜାରିମାନା ଆଦାୟ କରାଯିବ ବୋଲି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଥିଲା ପ୍ରକାଶ କରିଥିଲେ । ଏଣୁ ଜିଲ୍ଲା ପ୍ରଶାସନ ଏ ନୂତନ ହସ୍ପିଟାଲ ନିର୍ମାଣ ଉପରେ କଡା ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହେଉଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.