ପ୍ରଗତି ଶିକ୍ଷାନୁଷ୍ଠାନର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସହର ନିକଟବର୍ତ୍ତୀ ରାଇସିଙ୍ଗପୁର ସ୍ଥିତ ପ୍ରଗତି ଶିକ୍ଷାନୁଷ୍ଠାନର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ବାର୍ଷିକ କ୍ରୀଡା ଉତ୍ସବ ୨ ଦିନ ଧରି ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିବସର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ଏସଡିପିଓ ସୁନାରାମ ହେମ୍ବ୍ରମ, ଟାଉନ ଆଇଆଇସି ଯଶୋବନ୍ତ ହିଆନି,  ସଦର ଆଇଆଇସି ନରେଶ ପ୍ରଧାନ, ପ୍ରଗତି ଶିକ୍ଷାନୁଷ୍ଠାନ ମୁଖ୍ୟ ଅଜୟ ପଣ୍ଡା, ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା, ପ୍ରଗତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶେଷଦେଵ ମୁଣ୍ଡ, ପ୍ରଗତି ମହାବିଦ୍ୟାଳୟର ଅଧ୍ୟକ୍ଷ ତାପସ ପରମାନିକ, ପ୍ରଗତି କଲିଜିଏଟ ସ୍କୁଲର ପ୍ରଧାନ ଶିକ୍ଷକ ଲୋକନାଥ ଖଡ଼ିକାର, ପ୍ରଗତି କଂସେପ୍ଟ ସ୍କୁଲର ଅଧ୍ୟକ୍ଷ ଚିନ୍ମୟ ଗୁରୁ, ପ୍ରଗତି ଜୁନିଅର ଉଇଙ୍ଗର ଅଧ୍ୟକ୍ଷା ଆର୍ସିଆ ସାଏଲା ପ୍ରମୁଖ ଉପସ୍ଥିତ ଥିଲେ । ସର୍ବପ୍ରଥମେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ମଶାଲର ଆଗମନ, ଶପଥ ଗ୍ରହଣ ଓ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ୟାରେଡ଼ ପ୍ରଦର୍ଶନ କରାଯାଇଥିଲା। ମୁଖ୍ୟ ଅତିଥିଙ୍କ ଘୋଷଣା ପରେ ବାର୍ଷିକ କ୍ରୀଡ଼ାର ପ୍ରତିଯୋଗୀତାଗୁଡିକ ଆରମ୍ଭ ହୋଇଥିଲା ।  ଏହି ପରିପ୍ରେକ୍ଷୀରେ, ଏକ ସୁସ୍ଥ ଜୀବନ ଗଠନ କରିବାରେ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମୁଖ୍ୟ ଅତିଥି ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଦ୍ଵିତୀୟ ଦିବସର ଉଦଯାପନୀ ଉତ୍ସବରେ କୃତି ପ୍ରତିଯୋଗୀମାନଙ୍କୁ ମେଡେଲ ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ବାର୍ଷିକ କ୍ରୀଡ଼ାରେ ଜୁନିଅର ବାଳିକା ବିଭାଗରେ ଜିଜ୍ଞାସା ରଣା, ଜୁନିଅର ବାଳକ ବିଭାଗରେ ଦେବାଶିଷ ବେହେରା, ସିନିଅର ବାଳିକା ବିଭାଗରେ କମନିକା ମାଝୀ, ସିନିଅର ବାଳକ ବିଭାଗରେ ଯୋଗେନ୍ଦ୍ର ବାଗ, ସୁପର ସିନିଅର ବାଳିକା ବିଭାଗରେ କେସିନୀ ଦୀପ,  ସୁପର ସିନିଅର ବାଳକ ବିଭାଗରେ ଲେନିନ ପ୍ରସାଦ ଭୋଇ ଶ୍ରେଷ୍ଠ ଖେଳାଳି ଭାବରେ ପୁରସ୍କୃତ ହୋଇଥିଲେ । ଏହି କ୍ରୀଡା ଉତ୍ସବଟିକୁ ଶାରୀରିକ ଶିକ୍ଷକ ଶ୍ରୀ ଶଶୀଭୂଷଣ ଦାସ ପରିଚାଳନା  କରିଥିଲେ । ଉକ୍ତ କାର୍ଯ୍ୟକ୍ରମଟିରେ ଅଧ୍ୟାପକ ରମେଶ କୁଅଁର ମଞ୍ଚ ପରିଚାଳନା କରିଥିବାବେଳେ ବାର୍ଷିକ କ୍ରୀଡା ସଂଯୋଜକ ଅଶୋକ କୁମାର ସାହୁ  ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.