ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସ୍ଥାନୀୟ ଶିବାନନ୍ଦ ଆଶ୍ରମ ଶାଖା ଗୃହରେ ଭବାନୀପାଟଣା ଦିବ୍ୟ ଜୀବନ ସଂଘର ୫୭ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରଜନୀକାନ୍ତ ବେହେରା ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ବିକ୍ରାନ୍ତ ଶେଖର ବିଶି ବାର୍ଷିକ ବିବରଣୀ ପଠନ କରିଥିଲେ। କୋଷାଧ୍ୟକ୍ଷ ସୁବାସ ଖମାରୀ ଆୟ ବ୍ୟୟ ବିବରଣୀ ପଠନ କରିଥିଲେ। ଉକ୍ତ ବୈଠକରେ ଆଗାମୀ ୨୦୨୪ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା। ବରିଷ୍ଠ ଆଇନଜୀବୀ ଜଗନ୍ନାଥ ମୁଣ୍ଡ ନିର୍ବାଚନ ପରିଚାଳନା କରିଥିଲେ। ଏଥିରେ ସଭାପତି ଭାବେ ରଜନୀକାନ୍ତ ବେହେରା, ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ପଣ୍ଡା, ଉପ ସଭାପତି ଭାବେ ପଦ୍ମ ଲୋଚନ ମିଶ୍ର ଓ ଜଗଦୀଶ ଚନ୍ଦ୍ର ପଣ୍ଡା, ଯୁଗ୍ମ ସମ୍ପାଦକ ଭାବେ ଜିତେନ୍ଦ୍ର ମୁଣ୍ଡ ଓ ରୂପlଧର ଗୌଡ, କୋଷାଧ୍ୟକ୍ଷ ଭାବେ ସୁବାସ ଚନ୍ଦ୍ର ଖମାରୀ, ସମୀକ୍ଷକ ଭାବେ ଶ୍ରୀକାନ୍ତ ପଣ୍ଡା ନିର୍ବାଚିତ ହୋଇଥିଲେ। ପ୍ରକାଶ ଥାଉକି, ଦିବ୍ୟ ଜୀବନ ସଂଘ ଭବାନୀପାଟଣା ଯୁଗସାଇପାଟଣା ଠାରେ ଥିବା ଭାରତର ଏକମାତ୍ର ସୁଭଦ୍ରା ମନ୍ଦିରର ପରିଚାଳନା କରିଥାଏ। ଏହା ପରମ ପୂଜ୍ୟ ସ୍ଵାମୀ ଚିଦାନନ୍ଦ ସରସ୍ୱତୀ ଜୀ ମହାରାଜଙ୍କ ଦ୍ଵାରା ୧୯୭୯ ମସିହାରେ ସ୍ଥାପିତ ହୋଇ ଥିଲା। ପରିଶେଷରେ ଜିତେନ୍ଦ୍ର ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।