ସ୍ବର୍ଗତ ଦୟାନିଧି ମଲିକଙ୍କ କୁଇ ଲିପିକୁ ସାର୍ବଜନୀନ କୁଇ ଲିପି ଭାବେ ଘୋଷଣା

ଓଡିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ନିଖିଳ ଉତ୍କଳ କୁଇ ସମାଜ ୟୁନିଅନ ଘୁ. ଉଦୟଗିରି ଆନୁକୂଲ୍ୟରେ ହଦଗଡ଼ ଶାଖା ଟିକାବାଲିର ଆବାହକତ୍ଵରେ କୁଇ ସମାଜ ଟିକାବାଲି କାର୍ଯ୍ୟାଳୟ ଠାରେ କୁଇ ଭାଷା, ସାହିତ୍ୟ, ଲିପି, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସମ୍ବନ୍ଧେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ ଘୁ.ଉଦୟଗିରି ସ୍ଥିତ ନିଖିଳ ଉତ୍କଳ କୁଇ ସମାଜ ୟୁନିଅନର ସଭାପତି ପୁଷାରା କହଁର ଅଧ୍ୟକ୍ଷତା କରି ସ୍ବର୍ଗତ ଦୟାନିଧି ମଲିକଙ୍କର ‘କୁଇ ଲିପି’କୁ ଡିଜିଟାଲି କୁଇ ପ୍ୟାଡ୍‌ ମାଧ୍ଯମରେ ଓ ‘କୁଇ ଲିପି ଗ୍ରା’ମ୍ବା ପୁତି’ ଡିଜିଟାଲ ପୁସ୍ତକକୁ ଉନ୍ମୋଚନ କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ଯକ୍ଷ ରଦନ ମଲିକ ଯୋଗଦେଇ ସ୍ବର୍ଗତ ଦୟାନିଧି ମଲିକଙ୍କ କୁଇ ଲିପିକୁ “ସାର୍ବଜନୀନ କୁଇ ଲିପି” ରୂପେ ଘୋଷଣା କରି ମଣିଷର ଅଙ୍ଗପ୍ରତ୍ୟଙ୍ଗ ଆକୃତି ଗୁଡ଼ିକରୁ ସ୍ବର୍ଗତ ମଲିକ ୧୯୮୨ ମସିହାରେ ‘କୁଇ ଲିପି’ ଆବିଷ୍କାର କରିଥିଲେ । ୧୯୯୯ ମସିହାରେ ୧୯୯୮ ବର୍ଷ ପାଇଁ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ, ନୂଆଦିଲ୍ଲୀରୁ “ଭାଷା ସମ୍ମାନ” ପ୍ରାପ୍ତ କରିଥିଲେ । ଆଜକୁ ପ୍ରାୟ ୩୫ ବର୍ଷ ହେବ କନ୍ଧ/କୁଇ ସମୁଦାୟ ସେହି କୁଇ ଲିପିକୁ ବ୍ୟବହାର କରି ଆସୁଛନ୍ତି । ବର୍ତ୍ତମାନ କୁଇ ଲିପିକୁ କୁଇ ପ୍ୟାଡ୍‌ ମାଧ୍ୟମରେ କମ୍ପ୍ୟୁଟରରେ ଯେଉଁ ଲେଖିବା ସମ୍ଭବ ହୋଇଛି ତାହା କୁଇ ଲିପି ବିକାଶର ପରିଚାୟକ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ ମିହିର ଚାନ୍ଦ୍ ମଲିକ, ମୁଖ୍ୟବକ୍ତା ଭାବେ ଟିକାବାଲି ପଞ୍ଚାୟତ ସମିତି ର ଅଧ୍ୟକ୍ଷ ଦିଲ୍ଲିପ କହଁର, ଟିକାବାଲି ସରପଞ୍ଚ କୁନ୍ଦୁରୁ ମଲିକ, କୁଇ ସମାଜ ହଦଗଡ଼ ଶାଖାର ସଭାପତି ତପନ କହଁର, ସମ୍ପାଦକ ଜନକ ପ୍ରଧାନ, ସହ ସମ୍ପାଦକ ବିଷ୍ଣୁ ଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l ସମାଜର ଅନ୍ୟ ମାନଙ୍କ ମଧ୍ୟରେ ନରୋତ୍ତମ ପ୍ରଧାନ, ସୁଭାଷ ଚନ୍ଦ୍ର ପ୍ରଧାନ, ବିରେନ୍ଦ୍ର ପ୍ରଧାନ, ଶରତ ମଳିକ, ଅବନୀ କାହଁର, ଶ୍ରୀମତୀ ଜାନକୀ ପ୍ରଧାନ, ବିଜୟ ପ୍ରଧାନ, ପ୍ରଦୀପ କହଁର, ଲଙ୍କେଶ୍ଵର କହଁର, ସମସ୍ତ ହଦଗଡ଼ ଶାଖା ଅନ୍ତର୍ଗତ ଉପ ଶାଖାର ସଭାପତି, ସମ୍ପାଦକମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.