ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସୁବର୍ଣ୍ଣମେରୁ ମନ୍ଦିର ପ୍ରାଙ୍ଗଣରେ ଥିବା ପୁରାତନ ମା ମହାକାଳୀ ପୀଠରେ ଧୁମଧାମରେ କାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି l ସକାଳ ୧୦ ଟା ବେଳେ ବାଜା ବଜେଇ ସ୍ଥାନୀୟ ତେନ୍ତୁଳି ଘାଟରୁ ମା ଗଙ୍ଗା ଙ୍କ ପୂଜା ସହ ଜଳ ଆଣି କଳସ ଶୋଭାଯାତ୍ରା ସହ ମା ଙ୍କ ପୂଜାର୍ଚ୍ଚନା ହୋଇଥିବା ବେଳେ ଅପରାହ୍ନ ରେ ସାମୂହିକ ପ୍ରସାଦ ସେବନ ହୋଇଥିଲା l ଏବଂ ରାତି ରେ ମା କାଳୀ ଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ସପ୍ତଶତୀ ଚଣ୍ଡି ମହାଯଜ୍ଞ ଅନୁଷ୍ଠିତ ହୋଇ ରାତି ୩ ଟା ବେଳେ ମହା ଆଳତୀ ସହ ପୂଜା କାର୍ଯ୍ୟ ସମାପ୍ତ ହୋଇଥିଲା l ମନ୍ଦିର ର ପୁଜକ ସୁରୁବାବୁ ଡାଙ୍ଗୁଆ ଙ୍କ ସହ ଆଚାର୍ଯ୍ୟ ପଣ୍ତିତ ଆନନ୍ଦ କୁମାର ମିଶ୍ର ସମଗ୍ର ପୂଜା କାର୍ଯ୍ୟ ନିର୍ବାହ କରି ଥିବା ବେଳେ ଆଶିଷ ମିଶ୍ର, ପିଣ୍ଟୁ ମିଶ୍ର, ରାଜ କିଶୋର ତ୍ରିପାଠୀ, ଘାସିରାମ ମିଶ୍ର, ମାନଭଞ୍ଜନ ମିଶ୍ର, ନରସିଂହ ପାଣିଗ୍ରାହୀ ଙ୍କ ସହ ପ୍ରଦୀପ ମହାପାତ୍ର, ହରିଶଙ୍କର ପାଢ଼ୀ, ବିଶ୍ଵ ରଞ୍ଜନ ପୁଜାରୀ, ଦେବେଶ ଥନାପତି, ଚକ୍ରଧର ମହାପାତ୍ର, ତିଲୋଚନ ବାରିକ ଙ୍କ ସହ ସମସ୍ତ ଭକ୍ତଙ୍କ ସହଯୋଗରେ ଯଜ୍ଞ ଶୃଙ୍ଖଳାର ସହ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା l