‘ଦଙ୍ଗା ଓ ଗୁଣ୍ଡାଗର୍ଦ୍ଦି କଂଗ୍ରେସର ସ୍ୱଭାବ’

ଓଡ଼ିଆ ବାର୍ତ୍ତା/ ଶଜାପୁର: ବିଧାନସଭା ନିର୍ବାଚନକୁ ଏବେ ୫ ରାଜ୍ୟରେ ସରଗରମ ହୋଇପଡିଛି ରାଜନୀତି ମୋାହୋଲ । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟପ୍ରଦେଶର ଶଜାପୁରରେ କଂଗ୍ରେସ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ଦଙ୍ଗା ଏବଂ ଗୁଣ୍ଡାଗର୍ଦ୍ଦି କଂଗ୍ରେସର ସ୍ୱଭାବ ଅଟେ । ରାହୁଲ ଗାନ୍ଧୀଙ୍କୁ ଇସାରା କରି ମୋଦି କହିଛନ୍ତି ଯେ ବର୍ତ୍ତମାନ ମଧ୍ୟପ୍ରଦେଶେ କଂଗ୍ରେସର ଜଣେ ମହାନ ପଣ୍ଡିତ ବୁଲୁଛନ୍ତି । ଏହି ଭଳି ମହାଜ୍ଞାନୀଙ୍କ ଲୋକଙ୍କ ଚିନ୍ତାଧାରା ଦେଶକୁ ଧ୍ୱଂସ କରିଛି ।

କଂଗ୍ରେସ ଉପରେ ଆରୋପ ଲଗାଇ ମୋଦି କହିଛନ୍ତି ଯେ, ‘ଯେଉଁଠି କଂଗ୍ରେସ ଆସିଲା, ସେଠାରେ ସେ ବିନାଶ ଆଣିଲା । କଂଗ୍ରେସ କୃଷକ, ଯୁବକ ଓ ମହିଳାଙ୍କର ଶତ୍ରୁ । ସେ ଯାହା ବି କରେ ଏକ ପରିବାର ନାମରେ କରିଥାଏ । ଏଥିରେ ଆପଣଙ୍କ ପରିବାରକୁ ନେଇ କଂଗ୍ରେସର କୌଣସି ଚିନ୍ତା ନାହିଁ । ଆଜି ସମଗ୍ର ମଧ୍ୟପ୍ରଦେଶବାସୀ କହୁଛନ୍ତି କି ରାଜ୍ୟରେ ପୁଣି ଥରେ ବିଜେପି ସରକାର ଆସୁ’।

ଆପଣଙ୍କୁ ଦେବା ପାଇଁ କଂଗ୍ରେସ ପାଖରେ କେବଳ ନିରାଶା ଏବଂ ନକାରାତ୍ମକତା ରହିଛି । କଂଗ୍ରେସ ପ୍ରକୃତରେ ଦଙ୍ଗା ଏବଂ ଭ୍ରଷ୍ଟାଚାରକୁ ଉତ୍ସାହିତ କରିଥାଏ । ଦେଶର କୌଣସି ବ୍ୟକ୍ତି କଂଗ୍ରେସର ଶୋଷଣକୁ ଭୁଲି ପାରିବେ ନାହିଁ । କଂଗ୍ରେସର ସଂଗଠନ କିମ୍ବା ଏହାର ଶକ୍ତି ନାହିଁ । ବିଜେପି, କଂଗ୍ରେସ କବଳରୁ ମଧ୍ୟପ୍ରଦେଶ ରାଜ୍ୟକୁ ନଷ୍ଟ ହେବାରୁ ରକ୍ଷା କରିଛି ବୋଲି ମୋଦି କହିଛନ୍ତି ।

ମୋଦି ଆହୁରି କହିଛନ୍ତି ଯେ, ଯେତବେଳେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ, ସେତବେଳେ ଡିସେମ୍ବର ୩ ତାରିଖରେ ଦେଶ ପୁଣିଥରେ ଦୀପାବଳୀ ପାଳନ କରିବ । ରାଜ୍ୟବାସୀଙ୍କ ଜବରଦସ୍ତ ସମର୍ଥନରେ ବିଜେପି ପୁଣିଥରେ ବିଜୟଲାଭ କରିବ ଏବଂ କଂଗ୍ରେସର ଜଡକୁ ମୂଳରୁ ଉପାଡି ଫୋପାଡିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.