ଜିଲ୍ଲା ସ୍ତରୀୟ ବିଶ୍ୱ ମଧୁମେହ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ତାଲିମ କେନ୍ଦ୍ରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ବିଶ୍ୱ ରଞ୍ଜନ ପତି ଙ୍କ ଅଧ୍ୟକ୍ଷତା ରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇ ଯାଇଛି I ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ମନୋଜ କୁମାର ଅଦାବର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଡି. ସି.) ଡ଼ା. ରମେଶ ଚନ୍ଦ୍ର ସ୍ୱାଇଁ ଓ ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ବିଶ୍ୱମ୍ବର ବେହେରା ପ୍ରମୁଖ ମଞ୍ଚସିନ ଥିଲେ I ଅତିଥି ମାନେ ବିଶ୍ୱ ମଧୁମେହ ଦିବସ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ ଯେ ମଧୁମେହ ରୋଗର ଲକ୍ଷଣ ଏବଂ ନିରାକରଣ ଉପରେ ସଚେତନତା ସୃଷ୍ଟି କରି ମଧୁମେହ ଆକ୍ରାନ୍ତ ଙ୍କ ସଂଖ୍ୟା କୁ ବହୁମାତ୍ରା ରେ ପ୍ରତିରୋଧ କରି ପାରିବା I ବିଶେଷ କରି ନିୟମିତ ଖାଦ୍ୟ, ଶାରୀରିକ ପରିଶ୍ରମ, ବ୍ୟାୟାମ, ପ୍ରାଣାୟାମ ଓ ଯୋଗ ମାଧ୍ୟମରେ ଏହି ରୋଗ କୁ ନିୟନ୍ତ୍ରଣ କରି ସୁନ୍ଦର ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହୋଇ ପାରିବ I ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଉକ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା I ଉକ୍ତ ସଭାରେ DMRCH ସୁଧାଂଶୁ ନାୟକ ଓ ସହ ପରିଚାଳକ ଅଣ ସଂକ୍ରାମକ ରୋଗ ଗୀତାଞ୍ଜଳି ମେହେର ପୂର୍ଣ୍ଣ ସହଯୋଗ କରିଥିଲେ I ଅତିଥିବୃନ୍ଦ ୧୦ ଜଣ ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ I ସଭାରେ ସି ଏଚ ଓ, ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ତଥା ସ୍ୱାସ୍ଥ୍ୟ ଅଧିକାରୀ, ଆଶା ଓ ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ I ଶେଷରେ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଦେଇଥିଲେ I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.