ସ୍ଵତନ୍ତ୍ର କିଶୋର ପୋଲିସ ୟୁନିଟ ତଥା ମହିଳା ଓ ଶିଶୁ ଡେସ୍କ ପୋଲିସ ଅଧିକାରୀଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସୋନପୁର ତରଫରୁ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ଡେସ୍କ ପୋଲିସ ଅଧିକାରୀ ଓ ସ୍ଵତନ୍ତ୍ର କିଶୋର ପୋଲିସ ୟୁନିଟ ର ବିଭିନ୍ନ ଶିଶୁ ସମ୍ବଧ୍ୟୀୟ ଆଇନ୍ ଉପରେ ତାଲିମ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁ କିଶୋର ମାନଙ୍କ ଯତ୍ନ ଓ ସୁରକ୍ଷା ଆଇନ୍, ଶିଶୁ କନ୍ୟା ଯ୍ୟୋନ ନିର୍ଯାତନା ଆଇନ୍, ଏବଂ ବାଲ୍ୟ ବିବାହ ନିଷେଧ ଆଇନ୍ ଆଦି ବିଷୟରେ ତାଲିମ ପ୍ରଦାନ କରାଯାଇ ଥିଲା। ଜିଲ୍ଲାରେ କାର୍ଯ୍ୟ କରୁଥିବା ଜିଲ୍ଲାର ସମସ୍ତ ଥାନାର ସ୍ଵତନ୍ତ୍ର ଶିଶୁ କିଶୋର ପୋଲିସ ଅଧିକାରୀ ଏବଂ ମହିଳା ଓ ଶିଶୁ ଡେସ୍କ ପୋଲିସ ର ଶିଶୁ ମଙ୍ଗଳ ପୋଲିସ ଅଧିକାରୀ ମାନଙ୍କୁ ନେଇ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟ ଯୋଗଦାନ କରି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାପାଇଁ ପରାମର୍ଶ ଦେଇଥିଲେ। ଏହି ତାଲିମ ଶିବୀରକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ପରିଚାଳନା କରିଥିଲେ। ଅନ୍ୟତମ ସମ୍ମାନୀୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳିନା ପଧାନ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଶଙ୍କର୍ଷଣ ପଣ୍ଡା, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସମ୍ପାଦିକା କୁମୁଦିନୀ ମୁଦୁଲି, ବିଶେଷଜ୍ଞ କମିଟି ସଦସ୍ୟ ପ୍ରଫେସର ନୀଳାମ୍ବର ଶତପଥୀ ପ୍ରମୁଖ ଉପସ୍ଥିତ ରହି ଶିଶୁ ସୁରକ୍ଷା ଓ ଯତ୍ନ ସମ୍ବନ୍ଧିୟ ଆଇନ୍ ବିଷୟରେ ଆଲୋଚନା କରିଥିଲେ। ଏହି ତାଲିମ କାର୍ଯକ୍ରମ ରେ ସାଧନ କର୍ମୀ ଭାବରେ ପ୍ରତାପ କୁମାର ରଣା, ଏସଡ଼ିପିଓ ତଥା ଡିଏସପି ଏଚ ଆର ପି ସି ସୋନପୁର , ସ୍ପେସିଆଲ ପିପି ପୋକ୍ସୋ ଦଶରଥ ମହାରଣା ,ବୌଦ୍ଧ ଶିଶୁ ମଙ୍ଗଳ କମିଟି ସଦସ୍ୟ, ରାଜୀବ କୁମାର ନାୟକ , ସୋନପୁର କିଶୋର ନ୍ୟାୟ ପରିଷଦ ସଦସ୍ୟ ରଞ୍ଜିତା ସାହୁ, ଏବଂ ପ୍ରୋଗ୍ରାମ ଅଫିସର ଅନିତା ଗୁରୁ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ। ଶିଶୁ ମଙ୍ଗଳ କମିଟି, କିଶୋର ନ୍ୟାୟ ବୋର୍ଡ଼ ରେ ଶିଶୁ ମାନଙ୍କ ଉପସ୍ଥାନ ସମୟରେ ପୋଲିସ ର ଦିୟିତ୍ଵ ଓ କର୍ତ୍ତବ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ତାଲିମ ପ୍ରଦାନ କରାଯାଇ ଥିଲା। ଅନ୍ୟମାନଙ୍କ ମଧ୍ୟରେ ଏହି ଶିବିରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡଙ୍ଗୀ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ ,ଶିଶୁ ମଙ୍ଗଳ କମିଟିର ସଦସ୍ୟ ହେମନ୍ତ କୁମାର ସା ଉପସ୍ଥିତ ଥିଲେ। ଉତ୍କଳ ବଳଶ୍ରମ୍ , ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର, ସଖୀ ର କର୍ମ କର୍ତ୍ତା ମାନେ ମଧ୍ୟ ଉପସ୍ଥିତ ରହି ତାଲିମ ନେଇଥିଲେ । ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର ଧନ୍ୟବାଦ୍ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର କର୍ମଚାରୀ ବିଶେଶ୍ୱର ହୋତା, ସ୍ବାଗତ ରଜ ମିଶ୍ର,ଥବିର କାଲସେ,ରୁଦ୍ର ପ୍ରସନ୍ନ ମିଶ୍ର, ବିଜୟ ବିଶ୍ଵାଳ,ସରିତା ସୁନା ଓ ଅନିଲ ମହଲା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରି ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.