ମାଲିଯୁବାଙ୍ଗ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଏବେ ରାଜ୍ୟରେ ଜନଜାତିଙ୍କ ପାଇଁ ଆସିଛି ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’ । ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ ଯାହା ଓଡିଶାରେ ଥିବା ଜନଜାତିଙ୍କୁ ତାଙ୍କ ଅଗ୍ରାଧିକାର ଦେବ। କାରଣ ରାଜ୍ୟ କ୍ୟାବିନେଟ ବୈଠକରେ ପ୍ରସ୍ତାବରେ ମୋହର ବାଜିବା ପରେ ଏବେ ବିଭିନ୍ନ ସ୍ଥାନରେ ଓଡ଼ିଶାର ଜନଜାତି ସମ୍ପ୍ରଦାୟର ଜୀବିକା ଓ ଭିତ୍ତିଭୂମିକୁ ମଜବୁତ କରିବାକୁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି କ୍ରମରେ ଆଜି ଆଇଟିଡିଏ ଥୁଆମୂଳ ରାମପୁର ପକ୍ଷରୁ ଚଳିତବର୍ଷ ରବି ଚାଷ ପାଇଁ ମାଳିଯୁବାଙ୍ଗ ଗ୍ରାମପଞ୍ଚାୟତର କେନ୍ଧୁପେଟ, ପାନପଦର, ସେର୍କୋଝୁଲାକୁଟ୍ରୁଗୁଡା ଗ୍ରାମର ୧୦୦ ଜଣ ଚାଷୀଙ୍କୁ ୫୦ ଏକର ସୂର୍ଯ୍ୟମୁଖୀ ଚାଷ ପାଇଁ ଆବଶ୍ୟକୀୟ ବିହନ(ମଞ୍ଜି) ଜୈବିକସାର, କିଟନାଶକ ଯୋଗାଇ ଦିଆଯାଇଛି। ମାଲିଯୁବାଙ୍ଗ ଗ୍ରାମ ପଞ୍ଚାୟତର କେନ୍ଦୁପେଟ ଠାରେ ଆଇଟିଡିଏ ପ୍ରକଳ୍ପ ପ୍ରସାଶକ କୁନୁ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ ଯୋଗଦେଇ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ମାଳିଯୁବାଙ୍ଗ ସରପଞ୍ଚ ମମତା ମାଝୀ ଯୋଗଦେଇ ଚାଷୀମାନଙ୍କୁ ଚାଷରେ ଉନ୍ନତି ଆଣିବାକୁ ଆହ୍ୱାନ ଦେଇଥିଲେ। ଏଥିରେ ଆଇଟିଡିଏ ପ୍ରକଳ୍ପ ପରିଚାଳକ ଅଭିନାଶ ମହାନ୍ତି, ଗୌରୀଶଙ୍କର ହୋତା, ଇଂ ସାଗର ସାମଲ, ମନ୍ଥନ ଏନ୍ ଜି ଓ ତରଫରୁ ସିଦ୍ଧେଶ୍ଵର ସାହୁ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୪ଗୋଟି ଗାଁର ଚାଷୀ ଏବଂ ସ୍ବୟଂ ସହାୟିକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତରହି ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.