ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ଙ୍କ ତତ୍ତ୍ଵାବଧାନରେ ଆଜି” ଶିଶୁ ଦିବସ” ପାଲିତ ହୋଇଯାଇଅଛି।ଏ ନେଇ ଆୟୋଜିତ କାର୍ଯ୍ୟକ୍ରମ ଟିକୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତି କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅଷ୍ଟମ ଶ୍ରେଣୀ ର ଛାତ୍ରୀ ମଧୁସ୍ମିତା ସାହୁ ଏବଂ ଗୀତାଞ୍ଜଳି କୁମାର ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଶଶି ଭୂଷଣ ଦଳପତି, ଦେବାଶିଷ ମହାପାତ୍ର, ଚିନ୍ମୟ ପ୍ରସାଦ ପ୍ରଧାନୀ, ଉଦ୍ଧବ ବାଗ, ସ୍ବେଚ୍ଛାସେବୀ ଶିକ୍ଷୟିତ୍ରୀ ଧରିତ୍ରୀ ଦାସ ଦିବ୍ୟାସିନି ଦୁର୍ଗା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବକ୍ତବ୍ୟ, ସଙ୍ଗୀତ ପରିବେଷଣ ତଥା ନୃତ୍ୟ ପରିବେଷଣ କରାଯାଇଥିଲା। ଶିଶୁ ହେଉଛି ଆସନ୍ତା କାଲି ର ଭବିଷ୍ୟତ ତଥା ଉତ୍ତରାଧିକାରୀ। ଏଣୁ ଶିଶୁ ହସିଲେ ଦେଶ ହସିବ। ନୂଆ ସମ୍ଭାବନା ର ନୂଆ ଆଶା ତୋଲିବ ଏହି ସନ୍ଦର୍ଭରେ ଛାତ୍ର ଛାତ୍ରୀ ଙ୍କୁ ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ତାଙ୍କ ଅଭିଭାଷଣରେ କହିଥିଲେ।ପରେ ପରେ ସମସ୍ତ ଛାତ୍ରଛାତ୍ରୀ ମିଳିତ ଭୋଜନ କରିଥିଲେ। ଏହି କାର୍ଯ୍ୟକ୍ରମ ଏକ ନିଆରା ଢଙ୍ଗରେ ପାଳନ ହେଉଥିବା ହେତୁ ଛାତ୍ର ଛାତ୍ରୀ ମାନେ ବହୁତ ଉତ୍ସାହିତ ହୋଇଥିବା ଦେଖିବାକୁ ମିଳିଥିଲା।