ଗଣଦୌଡ଼ରୁ ଶୁଭାରମ୍ଭ ହେଲା ସମବାୟ ସପ୍ତାହ

ସମବାୟ ସେବାର ବାର୍ତ୍ତା ନେଇ ଗଡ଼ିଲା ସମବାୟ ରଥ 

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ୭୦ତମ ଅଖିଳ ଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ ସକାଳ ୭.୦୦ ଘଣ୍ଟା ସମୟରେ ଜିଲ୍ଲା ସ୍ତରୀୟ ଗଣ ଦୌଡକୁ ସ୍ଥାନୀୟ ରୟାଲ ପଡିଆ ଠାରୁ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ସହକାରୀ ନିବନ୍ଧକ, ସୋନପୁର ପାଣୁ ଚରଣ ସାହୁ, ସହକାରୀ ନିବନ୍ଧକ, ବୀରମହାରାଜପୁର ପ୍ରେମାନନ୍ଦ ଦୀପ, ଉଦିତ ବାବୁ ଓ ସମବାୟ ବିଭାଗର ସମସ୍ତ କର୍ମକର୍ତା ଗଣଦୌଡ଼ରେ ବାହାରି ସୁରେଶ୍ୱରୀ ମନ୍ଦିର ସୋନପୁର ଠାରେ ପହଂଚି ଥିଲେ ପରେ ପରେ ଜିଲ୍ଲାପାଳ  ରାୟ ଜିଲ୍ଲାପାଳ କାର୍ଯ୍ୟାଳୟଠାରୁ ସମବାୟ ସଚେତନତା ରଥକୁ ମଧ୍ୟ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରି ସମବାୟ ରଥ ଜିଲ୍ଲାର ସମସ୍ତ କୋଣ ଅନୁକୋଣକୁ ସମବାୟ ସେବାର ବାର୍ତ୍ତା ପହଞ୍ଚାଇବା ସହିତ ଜନସାଧାରଣ ସମସ୍ତ ସମବାୟ ସେବାର ଲାଭ ନେବାକୁ ପରାମର୍ଶ ଦେଇଛନ୍ତି। ସମବାୟ ସପ୍ତାହ ୧୪.୧୧.୨୦୨୩ ଠୁ ୨୦.୧୧.୨୦୨୩ ପର୍ଯ୍ୟନ୍ତ ସାରା ରାଜ୍ୟ ରେ ପାଳନ ହେଉଥିବା ବେଳେ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଆସନ୍ତା ୧୭.୧୧.୨୦୨୩ ଅପରାହ୍ନ ୩.୦୦ ଘ. ସମୟରେ ସ୍ଥାନୀୟ ନୂତନ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ନେତୃବୃନ୍ଦ, ଅଧିକାରୀ, ଚାଷୀ, ସମବାୟବିତ ଏବଂ ଜନସାଧାରଣକୁ ନେଇ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ପାଣୁ ଚରଣ ସାହୁ, ସହକାରୀ ନିବନ୍ଧକ, ସୋନପୁର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.