ବେଦାନ୍ତ ଆଲୁମିନିୟମ ଏହାର ରେଷ୍ଟାରା କମ କାର୍ବନ ଯୁକ୍ତ ଆଲୁମିନିୟମକୁ ପ୍ରଥମ ଥର ଭାରତରେ ଯୋଗାଣ ଶୁଭାରମ୍ଭ କରିଛି

ବେଦାନ୍ତ ଆଲୁମିନିୟମର ୩୦୦ ମେଟ୍ରିକ ଟନ ରେଷ୍ଟୋରା ବିଲେଟର ଏକ ଅର୍ଡ଼ର ସହିତ ଗ୍ଲୋବାଲ ଆଲୁମିନିୟମର ନିମ୍ନ କାର୍ବନ ଉତ୍ପାଦ ଯୋଗାଣରେ ପ୍ରଥମ ଭାରତୀୟ ଗ୍ରାହକ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ତେଲେଙ୍ଗାନାରେ ଅବସ୍ଥିତ ଏକ ଅଗ୍ରଣୀ ଆଲୁମିନିୟମ ଏକ୍ସଟୁଜନ କମ୍ପାନି ଗ୍ଲୋବାଲ ଆଲୁମିନିୟମ ପିଭି ଲିମିଟେଡକୁ ଦେଶର ପ୍ରଥମ ନିମ୍ନ କାର୍ବନଯୁକ୍ତ ସବୁଜ ଆଲୁମିନିୟମ ରେଷ୍ଟାରାକୁ ପଠାଇଛି । ଅର୍ଡ଼ରର ଏକ ଅଂଶ ଭାବରେ କମ୍ପାନି ଗ୍ଲୋବାଲ ଆଲୁମିନିୟମକୁ ୩୦୦ ମେଟ୍ରିକ ଟନ ରେଷ୍ଟୋରା ବିଲେଟ ଯୋଗାଇବ । ଏହି ଘରୋଇ ଉତ୍ପାଦନ ପାଇଁ ଚୁକ୍ତି ଏକ ମାଇଲ ଖୁଟ ଅଟେ । ଏହାର ମୂଲ୍ୟ ଶୃଙ୍ଖଳାକୁ ଡିକାର୍ବନାଇଜେସନ କରିବା ଦିଗରେ ଓଡ଼ିଶାର ଝାରସୁଗୁଡ଼ାର ବେଦାନ୍ତ ଆଲୁମିନିୟମର ମେଗା ସ୍ମେଲଟର ପ୍ରମୁଖ ଭୂମିକା ବହନ କରୁଛି ।

Omkar Vasthu
Omkar Vasthu

ବେଦାନ୍ତ ଆଲୁମିନିୟମ ଭାରତରେ ପ୍ରଥମ ଅଟେ ଯିଏକି ବିଶ୍ଵରେ ଗ୍ରାହକ ଆଧାରରେ କମ କାର୍ବନଯୁକ୍ତ ଆଲୁମିନିୟମ, ବ୍ରାଣ୍ଡେଡ ରେସ୍ତୋରା (ଅଲଟ୍ରା ଲୋ କାର୍ବନ ଆଲୁମିନିୟମ) ପ୍ରଦାନ କରିଥାଏ । ଅକ୍ଷୟ ଶକ୍ତି ବ୍ୟବହାର କରି ଏହି ଉତ୍ପାଦ ଏକ ଟନ ଆଲୁମିନିୟମ ପ୍ରତି ୪ ଟନ ସିଓ୨ ସମାନତା ମଧ୍ୟରେ ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ତୀବ୍ରତା ସହିତ ଉତ୍ପାଦିତ, ଯାହା ଆଲୁମିନିୟମ ପାଇଁ ଏକ କମ କାର୍ବନଯୁକ୍ତ ଉତ୍ପାଦ ରୂପେ ପ୍ରମାଣିତ । ରେଷ୍ଟାରା ଅଲଟ୍ରା ଉତ୍ପାଦରେ କମ କାର୍ବନ ରହିଛି ଯାହା ବିଶ୍ବରେ ସବୁଠାରୁ କମ ।

Pearl dental clinic
Near Ashish Medical Store, Bhawanipatna

ଯୋଗାଣ ଚୁକ୍ତିରେ ଗ୍ଲୋବାଲ ଆଲୁମିନିୟମ ନିୟୋଜିତ ରେଷ୍ଟାରା ବିଲେଟ ବେଦାନ୍ତ ଆଲୁମିନିୟମ ଦ୍ବାରା ବିଭିନ୍ନ ଏକ୍ସଟୁଜନ ପ୍ରୋଫାଇଲରେ ଯୋଗାଇ ଦିଆଯିବ। ଅନ୍ତିମ ଉତ୍ପାଦ ଗୁଡ଼ିକ ଅଟୋମୋବାଇଲ, ବୈଦ୍ୟୁତିକ ସାମଗ୍ରୀ, ବିଲଡିଂ, ନିର୍ମାଣ ଓ ସ୍ଥାପତ୍ୟ, ଏରୋନଟିକ୍ସ, ଏୟାର ହ୍ୟାଣ୍ଡଲିଂ, ନବୀକରଣ ଯୋଗ୍ୟ ଶିଳ୍ପ, ପ୍ରତିରକ୍ଷା, ଅଟୋମେସନ ଓ ଅନ୍ୟାନ୍ୟ ଶିଳ୍ପରେ କଷ୍ଟୋମାଇଜଡ ହୋଇଥିବା ପ୍ରୟୋଗଗୁଡ଼ିକୁ ପୂରଣ କରିବ।

Udyog Nursery
Udyogi Nursery

ନିଜର ମତ ଦେଇ ଶ୍ରୀ ଜନ୍ ସ୍ଟାଭେନ୍, ସିଇଓ, ବେଦାନ୍ତ ଆଲୁମିନିୟମ୍ କହିଛନ୍ତି ଯେ ସ୍ଥାୟୀ ଉତ୍ପାଦ ଉପରେ ପ୍ରତିଯୋଗିତା ମୂଳକ ପଦକ୍ଷେପକୁ ନେଇ ବିଶ୍ବ ସ୍ତରରେ ତଥା ଭାରତରେ ମଧ୍ୟ ଆମର ଗ୍ରାହକଙ୍କ ଉତ୍ସାହର ପ୍ରତିକ୍ରିୟା ଆମେ ଦେଖିବାକୁ ପାଇଛୁ । ଆମର ଏହି ବିଶ୍ବସ୍ତରୀୟ ରେଷ୍ଟାରା ପରିସରକୁ ଘରୋଇ ବଜାରରେ ପରିଚିତ କରାଇ ଆମେ ଖୁସୀ । ଏକ ସବୁଜ ଭବିଷ୍ୟତ ହାସଲ ଦିଗରେ ଆମର ଏହି ପଦକ୍ଷେପକୁ ସଫଳ କରିବା ଲାଗି ଆମେ ପ୍ରତିଶ୍ରୁତିବଦ୍ଧ ।

ଗ୍ଲୋବାଲ ଆଲୁମିନିୟମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅନୀଲ ଅଗ୍ରୱାଲ କହିଛନ୍ତିଯେ ବେଦାନ୍ତ ଆଲୁମିନିୟମ ହେଉଛି ଉଚ୍ଚ ଗୁଣାତ୍ମକ ସମାଧାନର ଏକ ବିଶ୍ୱସ୍ତ ପ୍ରଦାନକାରୀ ଯିଏକି ଗୁଣମାନର ତଥା ମୂଲ୍ୟଯୁକ୍ତ ଆଲୁମିନିୟମର ଆବଶ୍ୟକତାକୁ ପୂରଣ କରିଥାଏ । ଏହାର ରେସ୍ତୋରା ଉତ୍ପାଦ କାର୍ବନ ପଦଚିହ୍ନ ହ୍ରାସ କରିବାରେ ଏକ ଗେମ ଚେଞ୍ଜର ହେବ।

ଗ୍ରାହକଙ୍କୁ ଏହାର ଉତ୍ପାଦ ବିକାଶ ଓ ଡିଜାଇନ ପ୍ରକ୍ରିୟାର ମୂଳରେ ରଖିବା,ବେଦାନ୍ତ ଆଲୁମିନିୟମ ସେମାନଙ୍କୁ ଆନ୍ତର୍ଜାତୀୟ ମାନର ଉତ୍ପାଦ ପ୍ରଦାନ କରିବା ସହ ୩୬୦ ଡିଗ୍ରୀ ସମାଟ୍ରିକ ସମାଧାନ ମାଧ୍ୟମରେ ସୁବିଧା ପ୍ରଦାନ କରିବ । ବେଦାନ୍ତ ଆନ୍ତର୍ଜାତୀୟ ବଜାରରେ ଚାହିଦା ପୂରଣ ପାଇଁ ପ୍ରସ୍ତୁତ ।

ଏହାର ଉତ୍ପାଦ ଗୁଡ଼ିକ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଦ୍ବାରା ପ୍ରମାଣିତ ହୋଇଥିଲାବେଳେ ପରିବେଶ ଉତ୍ପାଦ ଘୋଷଣା ଇଂଟରନ୍ୟାସନାଲ ଦ୍ବାରା ପରିବେଶ ନିରନ୍ତର ବୋଲି ମାଂଚ କରାଯାଇଛି। ଏହା ସହ ଝାରସୁଗୁଡ଼ାଠାରେ ଥିବା କଂପାନିର ପ୍ଲାଟକୁ ମଧ୍ୟ ବିଶ୍ବସ୍ତରରେ ସ୍ଥାୟୀ ବ୍ୟବସାୟ ପ୍ରଦର୍ଶନ ଲାଗି ପୁରସ୍କାର ମିଳିଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ଵ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାଓ୍ବାରପାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.