ତାରାତାରିଣୀ ମହାବିଦ୍ୟାଳୟ ଠାରେ “ଯୁବ ଓଡ଼ିଶା ନବୀନ ଓଡ଼ିଶା” ସାଂସ୍କୃତିକ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଓଡିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ୱ୍ଵିଙ୍ଗର ଇଣ୍ଟିଗ୍ରେଟେଡ଼ ଯୁବ ବିକାଶ କାର୍ଯ୍ୟକ୍ରମ (ଆଇଁୱାଇଡିପି) ଡିଗ୍ରୀର ଛାତ୍ର ଛାତ୍ରୀଙ୍କ ପାଇଁ ସଂସ୍କୃତି ଏବଂ କ୍ରୀଡା, ସାମାଜିକ କାର୍ଯ୍ୟକଳାପ ପାଇଁ ଉତ୍ସାହିତ କରିଵା ଉଦେଶ୍ୟରେ ଆଜି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ତାରାତାରିଣୀ ମହାବିଦ୍ୟାଳୟ ଠାରେ “ଯୁବ ଓଡ଼ିଶା ନବୀନ ଓଡ଼ିଶା” ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧକ୍ଷ୍ୟ ଡ଼କ୍ଟର ସିମାଞ୍ଚଳ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା। ଏଥିରେ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ବାସୁଦେବ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସେ ନିଜ ବକ୍ତବ୍ୟରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ଭଳି ଯୁବ ଓଡ଼ିଶା ନବୀନ ଓଡ଼ିଶା” ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗ୍ରାସ୍ ରୁଟରୁ ବିଭିନ୍ନ ଲୁକାୟିତ କ୍ରୀଡା, ସଂସ୍କୃତିକ, ସାମାଜିକର ପ୍ରତିଭା ମାନଙ୍କୁ ଲୋକ ଲୋଚନ କୁ ଆଣିବା ପ୍ରୟାସ କରୁଥିବାରୁ କୃତଜ୍ଞତା ଜଣାଇ କ୍ରୀଡା,ସଂସ୍କୃତିକ, ସାମାଜିକର ଅଂଶ ଗ୍ରହଣ କରୁଥିବା ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି “ଯୁବ ଓଡ଼ିଶା ନବୀନ ଓଡ଼ିଶା” ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା ଦାୟିତ୍ୱ ଥିବା ନୋଡାଲ ଅଧିକାରୀ ଡ଼କ୍ଟର ପ୍ରବୀର କିଶୋର ପ୍ରଧାନ, ସଂସ୍କୃତିକ ପରିଚାଳନା ଶାଖା ଅଧିକାରୀ ସମୀର କୁମାର ମିଶ୍ର, କ୍ରୀଡା ପରିଚାଳନା ଶାଖା ଅଧିକାରୀ ଡ଼କ୍ଟର ଅଜିତ କୁମାର ମିଶ୍ର, ସାମାଜିକ କାର୍ଯ୍ୟକଳାପ ଶାଖା ଅଧିକାରୀ ନାଇଡ଼ୁ ମୋହନ ମଞ୍ଚାସିନ ହୋଇ କାର୍ଯ୍ୟକ୍ରମ ଆଗକୁ ନେଇଥିଲେ। ଏହି କାଯ୍ୟକ୍ରମରେ ବହୁ ଛାତ୍ର ଛାତ୍ରୀ ଉପସ୍ଥିତ ରହି ସଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.