ଇମ୍ଫାରେ ବିଶ୍ବ ପରିବେଶ ଦିବସ  

ରାୟଗଡ,୫/୬ : ଆଜି ବିଶ୍ବ ପରିବେଶ ଦିବସ । ଓଡିଶା, ଭାରତ ସମେତ ସାରା ବିଶ୍ବ ପାଳନ କରୁଛି ଏହି ଦିବସ । ଏହି ପରିପ୍ରେକ୍ଷିରେ ରାୟଗଡ ଜିଲ୍ଲା
ଥେରୁବାଲି ସ୍ଥିତ ଇମ୍ଫା କମ୍ପାନୀରେ ବିଶ୍ବ ପରିବେଶ ଦିବସ ପାଳନ ହୋଇଯାଇଛି । କମ୍ପାନୀର ମୁଖ୍ୟ  କେ. ଭି. ରାଓଙ୍କ ନେତୃତ୍ୱରେ ପାଳିତ ହୋଇଥିବା ଏହି ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରାଯାଇଥିଲା । ଆଜି ସକାଳୁ ଇମ୍ଫାର ବିଭିନ୍ନ କଲୋନୀ ତଥା ଡି. ପି. କ୍ଯାମ୍ପ ମାର୍କେଟ, ଡି. ପି. କ୍ଯାମ୍ପ ବସ୍ ଷ୍ଟାଣ୍ଡ ଏକ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଇମ୍ଫାର କର୍ମଚାରୀ ମାନଙ୍କ ସହିତ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ବଣିକ ସଂଘର ସଭ୍ୟ ମଧ୍ୟ ଯୋଗ ଦେଇଥିଲେ। ପ୍ରଭାତ ଫେରି ସମୟରେ ବାୟୁ ପ୍ରଦୁଷଣ ରୋକିବା, ପ୍ଲାଷ୍ଟିକ ଦୂରୀକରଣ, ଜଳ ସସଂରକ୍ଷଣ, ଓ ବୃକ୍ଷରୋପଣ ନିମନ୍ତେ ସଚେତନତା ଭିତିକ ସ୍ଲୋଗାନ ମାନ ଦିଆଯାଇଥିଲା ଓ ସାଧାରଣ ଜନତାଙ୍କୁ ସଚେତନ କରାଯାଇଥିଲା।

ଇମ୍ଫାର କର୍ମଚାରୀ ଓ ଗୃହିଣୀ ନିମନ୍ତେ ଜଳର ସଂରକ୍ଷଣ, ବିଦ୍ୟୁତ ସଂରକ୍ଷଣ, ଓ ପ୍ଲାଷ୍ଟିକ ଜନିତ ପ୍ରଦୁଷଣରୁ କିପରି ଭାବରେ ରୋକାଯିବ ତାହାର ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଇମ୍ଫା ଉତ୍ପାଦନ ବିଭାଗର ମୁଖ୍ୟଙ୍କ ସହିତ ଅନ୍ୟ କର୍ମଚାରୀ ମାନେ ବିଭିନ୍ନ ପ୍ରକାର ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଇମ୍ଫା ର କର୍ମଚାରୀ ଓ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ବଣିକ ସଂଘର କେ. ଆପନା, ଅକ୍ଷୟ କୁମାର ପାତ୍ର, ବ୍ଯାସ ମୁନି ଓ ଅନ୍ୟ ମାନେ ଯୋଗ ଦେଇଥିଲେ। କାର୍ଯ୍ଯକ୍ରମଟିକୁ ଗୁଣବତ୍ତା ବିଭାଗର ଶ୍ରୀ ଦିନେଶ କୁମାର ମହାନ୍ତି ସଂଯୋଜନା କରିଥିଲେ ।

 

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.