ଆସରେ ପିଲେ ଲାଗାଇବା ଗଛ
କରିବା ସବୁଜ ବେଶ
ଲଗାଇବା ଛୋଟ ଛୋଟ ଗଛ
ଦିଶିବ ସୁନ୍ଦର ପରିବେଶ ।
ଗଛ ମୁଳରେ ପାଣି ଦେଇ ବଢାଇବା
ତାକୁ ଯତନେ ନେଇ
ଗଛ ହିଁ ଏକମାତ୍ର ଆମ ଜୀବନ ଜାଣ
ପାଣି ତା’ର ମୁଳେ ଦେଇ।
ଗଛ ହେଲେ ବଡ ବନ୍ୟା ଖରାରୁ
ବିପଦରୁ ରକ୍ଷା କରେ
ବଡ ହେଲେ ଗଛ ଅମ୍ଳଜାନ ଦିଏ
ଅଙ୍ଗାରକାମ୍ଳ ନିଏ ତାର।
ଗଛ ଆମ ଜୀବନ ଗଛ ପ୍ରାଣ
ଆସ ଲଗାଇବା ଗଛ
ଗଛ ନ କଟିବା ଜଙ୍ଗଲ ନଷ୍ଟ ନକରି
ଆସ ଲଗାଇବା ଗଛ।
ଗଛର ସୁରକ୍ଷା ହେବ ଆମର ରକ୍ଷା
ସଭିଏଁ ହେବା ଏକପଣ
ଗଛ ଥିଲେ ଆମର କେତେ ବିପଦ
ଗଛ କଟିବାକୁ କର ବାରଣ ।
ଫୁଲ ଫଳ କାଠ ଦିଏ ଗଛ ଆମର
ଦିଶେ ସବୁଜ ସୁନ୍ଦର
ପାଖ ଆଖରେ ଲଗାଇ ଗଛ
କରିବା ସବୁଜ ସୁନ୍ଦର।
ଆମ ହିତ ପାଇଁ ଗଛ ଦେଇ ଥାଏ
ଝୁଣା ମହୁ ମୂଲ୍ୟବାନ
ଗଛ ଲଗାଇ କରିବା ସଂରକ୍ଷଣ
ମନୁଷ୍ୟ ହୁଅ ସଚେତନ ।
ଗଛ ଥିଲେ ବାଟର ବାଟୋଇ ସାହା
ପକ୍ଷୀ ମାନଙ୍କର ଆଶ୍ରୟ
ଗଛ କାଟି ଜଙ୍ଗଲ ନକରି ନଷ୍ଟ
ଗଛ କୁ ଦିଅ ନାହିଁ କଷ୍ଟ ।
ଵଳରାମ ତରାଇ
ଖୋର୍ଦ୍ଧା ଜିଲ୍ଲା
୯୯୩୭୦୧୪୬୪୬
ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ