ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଯାଦବ ମହାସଭା ତରଫରୁ ‘ଯାଦବ ସୌର୍ଯ୍ୟ ଦିବସ’ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ପୂର୍ବତନ ସଭାପତି ଡମ୍ବରୁଧର ଲହଜଲ, ପୂର୍ବତନ ଧର୍ମଗଡ଼ ବ୍ଲକ ଯାଦବ ସମିତି ସଭାପତି ଧନୁ ଗୋପାଳ, ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟାପକ ମାଧବ ଲହଜଲ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ଡାକେ ଲହଜଲ, ଧର୍ମଗଡ ବ୍ଲକ ଯୁବ ଯାଦବ ସଭାପତି ଲବଣି ରାଉତ, ଧର୍ମଗଡ଼ ଏନଏସି ସଭାପତି ଅନିରୁଦ୍ଧ ଲହଜଲ, ପିଣ୍ଟୁ ଭଇସାଲ, ରାଜା ହାତୀ, ଏନଏସି କାର୍ଯ୍ୟକାରୀ ସଭାପତି ପ୍ରମୋଦ ହଂସ, ଗୁଣନିଧି ବାଗ, ଅରୁପ ବାଗ, ଧନିଷ୍ଟ ଲହଜଲ, ବିରଞ୍ଚି ଭଇସାଲ, ପ୍ରଭାକର କାଣ୍ଡ, ଟୁନା ଚଣ୍ଡି, ନନ୍ଦ ବଛା, ମୋହନ ଲହଜଲ ପ୍ରମୁଖ ଉପସ୍ଥିତ ରହି ରେଜାଙ୍ଗାଲା ପୋଷ୍ଟରେ ସହିଦ୍ ହୋଇଥିବା ୧୧୪ ଯାଦବ ସୈନିକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାସହ ଅହୀର ରେଜିମେଣ୍ଟ ଗଠନ ନେଇ ଭାରତ ସରକାରଙ୍କୁ ଦାବି ଉପସ୍ଥାପନ କରିଥିଲେ।
Omkar Vasthu
Near Ashish Medical Store, Bhawanipatna
Udyogi Nursery