କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଯାଦବ ସୌର୍ଯ୍ୟ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଆଜି ଭବାନୀପାଟଣା ବିଜୁ କଲ୍ୟାଣ ମଣ୍ଡପଠାରେ ‘ଯାଦବ ସୌର୍ଯ୍ୟ ଦିବସ’ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ତଥା କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ରେଜାଙ୍ଗାଲା ପୋଷ୍ଟରେ ସହିଦ୍ ହୋଇଥିବା ୧୧୪ ଯାଦବ ସୈନିକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ସମ୍ମାନିତ ଅତିଥି ଭାବେ ସହର ଯାଦବ ସମିତି ସଭାପତି ରବିନ୍ଦ୍ର ଲାଲ ଯାଦବ, ଉତ୍କଳ ଯାଦବ ମହାସଭା ଉପସଭାପତି ଶୁଭ ଲକ୍ଷ୍ମୀ ନାୟକ, ବରିଷ୍ଠ ଯାଦବ ସଂଗଠକ ନଳିନୀ ରଞ୍ଜନ ରାଉତ ଓ ଭରତ ଭୂଷଣ ଚଲାନ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ସେବା ନିବୃତ ସୈନିକ କିଶୋର ଚନ୍ଦ୍ର ରାଉତ, କୃଷ୍ଣ ଚନ୍ଦ୍ର ଗୌଡ଼ ଓ ଗୟା ଗୌଡଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଏଥିରେ ଅନେକ ଯାଦବ ଉପସ୍ଥିତ ଥିଲେ। ଏହି ଅବସରରେ ଯାଦବ ମହାସଭା ପକ୍ଷରୁ ଅହିର ରେଜିମେଣ୍ଟ ଗଠନ ଦାବି ହୋଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ୧୯୬୨ ମସିହା ନଭେମ୍ବର ୧୮ ରାତ୍ରରେ ଚୀନ୍ ର ୩ହଜାରରୁ ଅଧିକ ସୈନିକଙ୍କ ସହ ଲେହ ଲଦାଖର ରେଜାଙ୍ଗଲା ପୋଷ୍ଟରେ ଥିବା ଭାରତର ୧୩ କୁମାୟୁଁ ରେଜିମେଣ୍ଟ୍ ଚାର୍ଲି କମ୍ପାନୀର ୧୨୦ ଯାଦବ ସୈନିକ ମଧ୍ୟରେ ହୋଇଥିଲା ବିଶ୍ଵ ପ୍ରସିଦ୍ଧ ସମ୍ମୁଖ ଯୁଦ୍ଧ ହୋଇଥିଲା। ଏଥିରେ ଭାରତର ଯାଦବ ବୀର ଅହିର୍ ମାନେ ଚୀନ୍ ସେନାର ୧୪୦୦ ରୁ ଅଧିକ ସୈନିକଙ୍କୁ ହତ୍ୟା କରିଥିଲେ। ଯାହା ଫଳରେ ଚୀନ୍ ସେନା ତାଙ୍କ ପୋଷ୍ଟରୁ ପଛକୁ ଫେରିବାକୁ ବାଧ୍ୟ ହୋଇଥିଲେ। ଏହି ସମରରେ ଭାରତର ୧୧୪ ଯାଦବ ଅହିର ସୈନିକ ସହୀଦ ହୋଇଥିଲେ। ଏହି ୧୨୦ ବୀର ସାହସୀ ଯାଦବ ସୈନିକଙ୍କ ବିରତ୍ୱକୁ ଜନସାଧାରଣଙ୍କ ନିକଟକୁ ନେବା ସହ ସେମାନଙ୍କ ପ୍ରତି କୃତଜ୍ଞତା ଜଣାଇ ଅଖିଳ ଭାରତ ବର୍ଷିୟ ଯାଦବ ମହାସଭା ପକ୍ଷରୁ ଦେଶସାରା ୧୮ ନଭେମ୍ବରରେ ଏହି ଦିବସ ପାଳନ କରାଯାଇଥାଏ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.