ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): କଳାହାଣ୍ଡି କଲଚୁରି କଲାର ସେନା ଓ କଳାହାଣ୍ଡି କଲାର ସମାଜ ପକ୍ଷରୁ ଭଗବାନ ଶହସ୍ରାର୍ଜୁନ ମହାରାଜଙ୍କ ଜନ୍ମଜୟନ୍ତୀ ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ କୋକସରା ବ୍ଲକ ଗୋତମୁଣ୍ଡା ସ୍ଥିତ ନିୟନ୍ତ୍ରିତ ବଜାର ପଡିଆ ଠାରେ ଆୟୋଜିତ ହୋଇଯାଇଛି। ଛତିଶଗଡ଼ ସନ୍ଧିମୁଣ୍ଡାରୁ ଏକ ଶୋଭାଯାତ୍ରା ବାହାରି ଗୋତମୁଣ୍ଡା ପହଞ୍ଚିଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଆମପାଣି ଜୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଅଲାଁଭଟା ସରପଞ୍ଚ ଭଗବତୀ ନାଏକ, ଭରତ ବିଶି, ପୁର୍ଣ୍ଣଚନ୍ଦ୍ର ନାଏକ, ବିନ୍ଦୁସାର ବିଶି, ଦୁଷ୍ମନ୍ତ ପଟ୍ଟଯୋଷୀ, ଶରତଚନ୍ଦ୍ର ରାଉତ ମଞ୍ଚାସୀନ ରହିଥିଲେ। ଶିକ୍ଷାବିତ ଜନ୍ମେଜୟ ବିଷି ଓ ପ୍ରଦେଶ ସଂଯୋଜକ ବିରେନଞ୍ଜନ ନାଏକ ମଞ୍ଚ ପରିଚାଳନା କରିଥିଲେ । ପ୍ରାରମ୍ଭରେ ସଂଗୀତା ବିଶି ଓ ସାଥି ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। କଲଚୁରି କଲାର ସେନା ସଭାପତି ଚୁଡ଼ାମଣି ନାଏକ, ସହସମ୍ପାଦକ ବାଳକୃଷ୍ଣ ବିଶି, କୋଷାଧ୍ୟକ୍ଷ ହେମନ୍ତ ବିଶି, ତରେଶ ବିଶି, ଗଜାନନ ସିହ୍ନା, ସନ୍ଧିମୁଣ୍ଡା ସଭାପତି ଲକ୍ଷ୍ମଣ ସିହ୍ନା, ସୋମନାଥ ବିଶି, ନରସିଂହ ବିଶି, ହେମାଲ ବିଶି, ହୁକିମ ବିଶି, କୁସୁମ ବିଶି, ନାରୀନେତ୍ରୀ ଭାରତୀ ବିଶି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏଥିରେ କଳାହାଣ୍ଡି, ନୂଆପଡା, ଛତିଶଗଡ ଅଞ୍ଚଳରୁ ୬୦୦ ରୁ ଉର୍ଦ୍ଧ୍ବ କଲାର ସମାଜର ମହିଳା ପୁରୁଷ ଯୋଗଦେଇଥିଲେ।





