ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତଥା ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ତରଫରୁ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଦ୍ବାରା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପାଣିସମ୍ପଦ ମେଳା ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଶୁଭାରମ୍ଭ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ସମ୍ମାନନୀୟ ଅଧ୍ୟକ୍ଷା ଜିଲ୍ଲାପରିଷଦ ଶ୍ରୀମତୀ ସୁପାର ଠେଲା ଯୋଗଦାନ କରି ଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀ ବିମଳେନ୍ଦୁ ରାୟ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ସିଡିଭିଓ ଡ.ରତ୍ନାକର ରାଉତ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରସନ୍ନ କୁମାର ପଟ୍ଟନାୟକ, କେଭିକେ କୃଷି ବୈଜ୍ଞାନିକ ତ୍ରିନାଥ ଖଣ୍ଡାୟତ ରାୟ ପ୍ରମୁଖ ଯୋଗଦାନ କରି ମତ୍ସ୍ୟ ପ୍ରାଣୀସମ୍ପଦର ଅଭିବୃଦ୍ଧିରେ ଜିଲ୍ଲାର ଚାଷୀଙ୍କ ସମୃଦ୍ଧି ହୋଇପାରିବ ବୋଲି ମତବ୍ୟକ୍ତ କରିଛନ୍ତି l ଚାଷୀ ଭାଇ ମାନେ ପାରମ୍ପରିକ ଚାଷ ତୁଳନାରେ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ଚାଷ ଅଧିକ ଅର୍ଥ ଲାଭକାରୀ ହେତୁ ଜିଲ୍ଲାର ଚାଷୀମାନେ ସରକାରଙ୍କ ବିଭିନ୍ନ ଯୋଜନା ରେ ଏହାର ଲାଭ ଉଠାଇବାକୁ ପରାମର୍ଶ ଦେଇଛନ୍ତିl ମେଳାରେ ମତ୍ସ୍ୟ, ପାଣିସମ୍ପଦ ବିଭାଗ ସହ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ ଆୟୋଜିତ ହେବା ସାଙ୍ଗକୁ ଜୀବନ୍ତ ପ୍ରାଣୀ ଓ ମତ୍ସ୍ୟ ସମ୍ପଦର ପ୍ରଦର୍ଶନ କରାଯାଇଛି । କାର୍ଯ୍ୟକ୍ରମ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ରେ ସଫଳ ଚାଷୀ ଉମେଶ କୁମାର ପୂଜାରୀ, ଏମଡି ମା ପୋଲୁଟାରୀ ଫାର୍ମ ରାମପୁର, ଡୁଙ୍ଗୁରିପାଲି ବ୍ଲକ, ତରଭା ବ୍ଲକ ର ଗୀତାଞ୍ଜଳି ରଣାଙ୍କୁ ମାଛ ବିହନ ଉତ୍ପାଦନ ପାଇଁ, ଉଲୁଣ୍ଡା ର ମାଁ ମେଟାକାନି ଏସଏଚଜିଙ୍କୁ ଗ୍ରାମ ପୋଖରୀ ରେ ମାଛ ଚାଷରେ ସଫଳତା ନିମନ୍ତେ ଅତିଥି ବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ l ପୁନଶ୍ଚ ପ୍ରାଣୀ ପାଳନ ଓ ମତ୍ସ୍ୟଚାଷୀଙ୍କ ସଫଳ କାହାଣୀ ସହିତ ମତ୍ସ୍ୟ ଓ ପ୍ରାଣୀ ପାଳନ ବିକାଶ ବିଭାଗର ବିଭିନ୍ନ ଯୋଜନା, ନୂତନ ଜ୍ଞାନ କୌଶଳର ବ୍ୟବହାରର ସଫଳ କାର୍ଯ୍ୟକାରିତା ନିମନ୍ତେ ବିଶେଷଜ୍ଞମାନେ ଉପସ୍ଥିତ ଚାଷୀଙ୍କୁ ଉପଯୋଗୀ ପରାମର୍ଶ ପ୍ରଦାନ କରି ଚାଷୀଙ୍କ ସହ ଭାବବିନିମୟ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ବିଭାଗର ମମତା ପଣ୍ଡା ସଂଯୋଜନା କରିଥିବା ବେଳେ, ଦେବାଶିଷ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ଅବସରରେ ଡ କମଳଲୋଚନ ଦାଶ, ଏଡିଭିଓ, ଡ ଦୁର୍ଗା ପ୍ରସାଦ ତ୍ରିପାଠୀ, ଏସଡିଭିଓ, ଡ ସୁନାକର ସାମଲ, ଡେପୁଟି ଡିରେକ୍ଟର ହସ୍ପିଟାଲ, ଡ ସୁଧୀର କୁମାର ପଣ୍ଡା, ଏଡିଭିଓ, ପ୍ରାଣୀ ମଙ୍ଗଳ ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ଆରମ୍ଭରେ ଭୀମଭୋଇ କଳା ପରିଷଦ ର କଳାକାର ମାନଙ୍କ ଦ୍ୱାରା ଆବାହନୀ ସଙ୍ଗୀତ ଗାନ କରାଯାଇଥିବା ବେଳେ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ଦ୍ୱାରା ଆୟୋଜିତ ପାରମ୍ପରିକ ଲୋକ ଗୀତ ନୃତ୍ୟ ପରିବେଷଣ କରାଯାଇଥିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.