ନୂଆପଡା/ବୋଡେନ,୫/୬ : ପୁଣି ଏକ ଅଭାବନୀୟ ଘଟଣାର ପୃଷ୍ଠା ଯୋଡି ହୋଇଯାଇଛି ବୋଡେ଼ନ ବ୍ଲକରେ । ଉକ୍ତ ବ୍ଲକର ଧରଣୀମାଲ ଗ୍ରାମରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଜେଜେମାଙ୍କ ସହିତ ଦୁଇ ଭାଇ କିଷନ ସାହୁ ଙ୍କ ଝିଅ ଖୁଶବୁ ଏବଂ ଅଶୋକ ସାହୁ ଙ୍କ ଝିଅ ଖୋଷାଲି ଓ ଉପାସନା ଗାଁ ପୋଖରି କୁ ସକାଳ ପ୍ରାୟ ସାଢେ ୯ଟାରେ ଗାଧୋଇ ଯାଇଥିବା ବେଳେ ଗଭୀର ପାଣି କୁ ଚାଲି ଯାଇଥିଲେ । ଜେଜେମା ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାଶ କରିବା ସହ ଜୋର ଜୋରରେ ଚିତ୍କାର କରିବା ଫଳରେ ଆଖପାଖ ଲୋକ ଙ୍କ ସାହାଯ୍ୟ ଫଳ ରେ ଉକ୍ତ ତିନି ଜଣ ଙ୍କୁ ଉଦ୍ଧାର କରି ଥିଲେ । ତେବେ କିଷାନ ସାହୁ ଙ୍କ ଝିଅ ଖୁଶବୁ ପ୍ରିୟା ସାହୁ (୧୪)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଦୁଇ ଜଣ ଖୋଷାଲି ସାହୁ(୧୧) ଓ ଅନ୍ୟ ଜଣକ ହେଲେ ଉପାସନା ସାହୁ (୧୪) ଅତି ଗୁରୁତର ଅଵସ୍ଥାରେ ଖରିଆର ହସ୍ପିଟାଲ ରେ ଭର୍ତ୍ତି କରଯାଇଛି । ତେବେ ଏହି ଘଟଣା ଅଂଚଳରେ ଦୂଃଖର ମାହୋଲ ସୃଷ୍ଚି କରିଥିବାବେଳେ ପରିବାର ରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଏ ନେଇ ବୋଡେ଼ନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରା ଯାଇଛି ବୋଲି ବୋଡେ଼ନ ଥାନା ଅଧିକାରୀ ସରୋଜ ମଲ୍ଲିକ ସୂଚନା ଦେଇଛନ୍ତି ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ସହ ବୋଡେନ ବ୍ଲକ ପ୍ରତିନିଧି ହିତେଶ କୁମାର ଅଦାଙ୍କ ରିପୋର୍ଟ odiabarta.in

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ




