ବିପୁଳ ପରିମାଣର ବିଦ୍ୟୁତ ତାର ଜବତ: ୬ ଅଭିଯୁକ୍ତ ଗିରଫ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର  (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୋଲିସ ଵିଶାଲପାଲି ଗୋଡ଼ଭଗା ରାସ୍ତାର କଦଳୀପାଲି ନିକଟରୁ ବିପୁଳ ମାତ୍ରାରେ ବିଦ୍ୟୁତ ତାର ଜବତ ସହ ୬ ଅଭିଯୁକ୍ତକ ଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି l ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଆଜି ଅପରାହ୍ନ ସମୟରେ ସୂଚନା ଦେଇଛନ୍ତି l ଗିରଫ ଅଭିଯୁକ୍ତ ମାନେ ହେଲେ ମୁଖ୍ୟ ଅଭିଯୁକ୍ତ ବାବୁ କଂଗ, ରାଧାକାନ୍ତ ପାଇକା, ମାନସ ବେସନ, କବିର ମୁଣ୍ଡା, ହେମନ୍ତ ସୁନା ଏବଂ ଜଗଦୀଶ ରୋହିଦାସ l ଏସପିଙ୍କ ସୂଚନା ଅନୁସାରେ ବିନିକା ପୋଲିସ ଵିଶାଲପାଲି ଗୋଡ଼ଭାଗା ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ସେହି ସମୟରେ କଦଳୀପାଲି ନିକଟରେ ବିଦ୍ୟୁତ ତାର କାଟି ଚୋରି କରାଯାଉଥିବା ଖବର ପାଇ ତୁରନ୍ତ ଆଇଆଇସି ସାରଙ୍ଗଧର ପାଣିଗ୍ରାହୀଙ୍କ ନେତୃତ୍ୱରେ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା l ଚଢ଼ାଉ ସମୟରେ ସେଠାରୁ ୧୮ ବଣ୍ଡଲ ବିଦ୍ୟୁତ ତାର ସହ ଗୋଟିଏ ପିକଅପ ଏବଂ ଗୋଟିଏ ବୋଲେରୋ ଜବତ କରିବା ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ l ତେବେ ଘଟଣା ସ୍ଥଳରୁ ଅନ୍ୟ ୫ ଜଣ ଅଭିଯୁକ୍ତ ଫେରାର ମାରିଥିଲେ l ତେବେ ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି, ଦୁଇଟି କଟର, ୫ ଟି ମୋବାଇଲ, ଦୁଇଟି ଛୁରୀ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ଏସପି ସୂଚନା ଦେଇଛନ୍ତି l ଏ ନେଇ ଆଜି ଏକ ମାମଲା 259/23 ରୁଜୁ କରିବା ସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି l ତେବେ ଫେରାର ଅଭିଯୁକ୍ତ ମାନଙ୍କୁ ମଧ୍ୟ ଚି଼ହ୍ନଟ କରାଯାଇଥିବା ବେଳେ ଯଥା ଶୀଘ୍ର ଗିରଫ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.