ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଉଦଯାପିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ତଥା ଜିଲ୍ଲା ପ୍ରଶାସନ ସୁବର୍ଣପୁର ତରଫରୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ବାରା ଅନୁଷ୍ଠିତ ମେଳା ଉଦଯାପିତ ହୋଇଯାଇଛି l ଉଦଯାପନୀ ସନ୍ଧ୍ୟା ରେ ମୁଖ୍ୟ ଅତିଥିଭାବେ ସମ୍ମାନନୀୟ ଲୋକସଭା ସାଂସଦ ବଲାଙ୍ଗୀର ଶ୍ରୀମତୀ ସଙ୍ଗୀତା ସିଂ ଦେଓ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ ବହୁବିଧ ଜନମଙ୍ଗଳ ଯୋଜନାର ସୂଚନା ଦେବାସହ ଅଧିକାରୀ ମାନେ ପ୍ରତିଟି ଯୋଜନାର ସୁଫଳ ଯେପରି ଜିଲ୍ଲାର ଚାଷୀ ପାଇପାରିବେ ସେଥିପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି l ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ଡ ରତ୍ନାକର ରାଉତ, ସିଡିଭିଓ, ପ୍ରସନ୍ନ କୁମାର ପଟ୍ଟନାୟକ ଜିଲ୍ଲା ମତ୍ସ୍ୟ ଅଧିକାରୀ, କେଭିକେ କୃଷି ବୈଜ୍ଞାନିକ ତ୍ରିନାଥ ଖଣ୍ଡାୟତ ରାୟ ପ୍ରମୁଖ ଯୋଗଦାନ କରି ମତ୍ସ୍ୟ ପ୍ରାଣୀ ସମ୍ପଦର ଅଭିବୃଦ୍ଧିରେ ଜିଲ୍ଲାର ଚାଷୀଙ୍କ ସମୃଦ୍ଧି ହୋଇପାରିବ ବୋଲି ମତବ୍ୟକ୍ତ କରିଥିବା ବେଳେ ଚାଷୀ ସେମାନଙ୍କ ପାରମ୍ପରିକ ଚାଷ ବ୍ୟତିରକେ ଅଧିକ ଅର୍ଥ ଲାଭକାରୀ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ଚାଷକୁ ଆପଣେଇବା ନିମନ୍ତେ ଆହ୍ୱାନ ଦେଇଥିଲେ l ମେଳାରେ ମତ୍ସ୍ୟ, ପାଣିସମ୍ପଦ ବିଭାଗ ସହ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ୩୦ ଗୋଟି ପ୍ରଦର୍ଶନୀ ମଣ୍ଡପ ଆୟୋଜିତ ହୋଇଥିବା ବେଳେ ପ୍ରାଣୀ ଓ ମତ୍ସ୍ୟ ସମ୍ପଦର ବିକାଶ ସମ୍ୱନ୍ଧୀୟ ବିଭିନ୍ନ ଜୀବନ୍ତ ନମୁନା ପ୍ରଦର୍ଶନ କରାଯାଇଥିଲା । ଉଦଯାପନୀ କାର୍ଯ୍ୟକ୍ରମ ରେ ବିଭାଗ ର ମମତା ପଣ୍ଡା ସଂଯୋଜନା କରିଥିବା ବେଳେ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରସନ୍ନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ଅବସରରେ ଡ଼ା କମଳ ଲୋଚନ ଦାଶ, ଏ ଡି ଭି ଓ, ଡ଼ା ଦୁର୍ଗା ପ୍ରସାଦ ତ୍ରିପାଠୀ, ଏସ ଡି ଭି ଓ, ଡ଼ା ସେବାକର ସାମଲ, ଡେପୁଟି ଡିରେକ୍ଟର ହସ୍ପିଟାଲ, ଡ଼ା ସୁଧୀର କୁମାର ପଣ୍ଡା, ଏଡିଭିଓ, ପ୍ରାଣୀ ମଙ୍ଗଳ ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ସଂସ୍କୃତି ବିଭାଗ ପ୍ରାୟୋଜିତ ବିଭିନ୍ନ ସାଂସ୍କୃତିକ ଦଳଙ୍କ ଦ୍ୱାରା ବିଭିନ୍ନ ଲୋକ ଯୋଜନାର ସଚେତନତାଧର୍ମୀ ପାରମ୍ପରିକ ଲୋକ ଗୀତ ଓ ନୃତ୍ୟ ପରିବେଷଣ କରାଯାଇ ଚାଷୀଙ୍କୁ ସଚେତନ କରାଯାଇଥିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.