ବିଶ୍ୱ ପରିବେଶ ଦିବସ : ଖରିଆର ରୋଡ ଓ କୋମନା ବନ ବିଭାଗର ସଚେତନତା ଶୋଭାଯାତ୍ରା

ନୂଆପଡା : ବିଶ୍ୱ ପରିବେଷଣ ଦିବସରେ ଜନତାଙ୍କ ପାଖକୁ ସଚେତନତା ବାର୍ତା ପହଞ୍ଚାଇ ଏକ ସୁନ୍ଦର ସବୁଜ ବଳୟ ନିର୍ମାଣର ପ୍ରୟାସ କରିଛି ବନ ବିଭାଗ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବୃକ୍ଷ ରୋପଣ ଦ୍ୱାରା କିପରି ପରିବେଶ ପ୍ରଦୂଷଣକୁ ରୋକାଯାଇ ପାରିବ, ବାୟୁମଣ୍ଡଳ ସନ୍ତୁଳିତ ହୋଇ ରହିବା ପାଇଁ ଆମେ କ’ଣ କରିବା ଉଚିତ ଏଭଳି ସଚେତନତା ବାର୍ତା ବନବିଭାଗ କର୍ମଚାରୀ ଶୋଭାଯାତ୍ରା ରେ ସ୍ଲୋଗାନ ଦେଉଥିବାର ନଜରରେ ଆସିଥିଲା ।

Udyog Nursery
Udyogi Nursery

ଖରିଆର ରୋଡ ବିଜ୍ଞାପିତ ଅଂଚଳ ପରିଷଦ ଓ କୋମନା ବ୍ଲକରେ ବୁଧବାର ଉକ୍ତ ବନ ବିଭାଗ ରେଞ୍ଜ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଅବସରରେ ସଚେତନତା ବାର୍ତା ନେଇ ଏକ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।

ଉଭୟ ବନ ବିଭାଗ ରେଞ୍ଜ ତରଫରୁ କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀ ଗଣ ଶୋଭାଯାତ୍ରାରେ ବାହାରି ଖରିଆର ରୋଡ ଏବଂ କୋମନା ନଗର ପରିକ୍ରମା କରିଥିଲେ ।

ଖରିଆର ରୋଡ ବନ ବିଭାଗ ରେଞ୍ଜ ପକ୍ଷରୁ ଶୋଭାଯାତ୍ରାରେ ଫରେଷ୍ଟର  ନିରଞ୍ଜନ ମାଝୀ ଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ କୁ ରମା ରଞ୍ଜନ ରାଉତ, ମନୋଜ କୁମାର ବାଗ, ସରୋଜ ମାଝୀ ଓ ଡମ୍ବରୁଧର ସାହୁ ସହଯୋଗ କରିଥିଲା ବେଳେ

କୋମନା ବନ ବିଭାଗ ରେଞ୍ଜ ତରଫରୁ ଅନୁଷ୍ଠିତ ଶୋଭାଯାତ୍ରା ରେ କୋମନା ରେଞ୍ଜର ଜଗଦୀଶ ଦୁରିଆ ଓ ଫରେଷ୍ଟର ଦୁର୍ଯ୍ୟୋଧନ ଦୀକ୍ଷିତ ଙ୍କ ଦ୍ୱାରା ବିଭାଗୀୟ କର୍ମଚାରୀ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

 

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.