ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମର ଆଜି ଶେଷ ଦିନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ –୨୦୨୪ ଅକ୍ଟୋବର ମାସ ୨୭ ତାରିଖଠାରୁ ଆରମ୍ଭ ହୋଇ ଅଦ୍ୟାବଧି ଚାଲୁ ରହିଛି ଓ ଏହି ସଂଶୋଧନ କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ମାସ ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଭୋଟର ତାଲିକାରେ ଯଦି କୌଣସି ପ୍ରକାରର ତ୍ରୁଟି ଥାଏ, ତାହାହେଲେ ଉପରୋକ୍ତ ସମୟ ମଧ୍ୟରେ ସେଥିରେ ସଂଶୋଧନ କରାଯାଇ ପାରିବ । ଏଥି ନିମନ୍ତେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶମତେ ରାଜ୍ୟର ସମସ୍ତ ବୁଥ୍ ରେ ୪ ଗୋଟି ସ୍ଵତନ୍ତ୍ର ଅଭିଯାନ ଦିବସ କରାଯାଇ ତ୍ରୁଟି ସଂଶୋଧନ ସହ ନୂତନ ଭାବେ ଭୋଟର ତାଲିକାରେ ନାମ ପଂଜିକରଣ ନିମନ୍ତେ ଭୋଟରମାନଙ୍କୁ ସଚେତନ କରାଯାଉଛି ଇତି ମଧ୍ୟରେ ତିନିଗୋଟି ସ୍ୱତନ୍ତ୍ର ଅଭିଯାନ ଦିବସ ଶେଷ ହୋଇଛି ଓ ଆସନ୍ତା ତା.୨୫/୧୧/୨୦୨୩ ରିଖ (ଶନିବାର‌) ହେଉଛି ଶେଷ ସ୍ଵତନ୍ତ୍ର ଅଭିଯାନ ଦିବସ । ଆସନ୍ତା ତା.୨୫/୧୧/୨୦୨୩ ରିଖ ଦିନ ଆମ ଜିଲ୍ଲାର ସମସ୍ତ ବୁଥ୍ ରେ ବି.ଏଲ୍.ଓ ମାନେ ଉପସ୍ଥିତ ରହି ଭୋଟରମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବା ସହ ସେମାନଙ୍କର ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ କରାଇବେ ଏବଂ ନୂତନ ଭୋଟରମାନଙ୍କୁ ଭୋଟର ତାଲିକାରେ ନାମ ପଂଜିକରଣ ପାଇଁ ସବୁ ପ୍ରକାରର ସହଯୋଗ କରିବେ l ବର୍ତ୍ତମାନ ସୁଦ୍ଧା ଆମ ଜିଲ୍ଲାରେ ୬ ହଜାର ୫୧୮ ରୁ ଅଧିକ ନୂତନ ଭୋଟର ତାଲିକାଭୁକ୍ତ ହେବା ପାଇଁ ଆବେଦନ କରିଛନ୍ତି ଏବଂ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ପାଇଁ ୩ ହଜାର ୨୦୮ ଜଣ ଭୋଟର ଆବେଦନ କରିଛନ୍ତି । ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପୂର୍ବରୁ ଅର୍ଥାତ୍ ଅଗଷ୍ଟ–ସେପ୍ଟେମ୍ବର ମାସରେ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ଘରକୁ ଘର ବୁଲି ସର୍ବେକ୍ଷଣ କରାଯାଇଥିଲା । ସେତେବେଳେ ଜିଲ୍ଲାର ପ୍ରାୟ ୬ ହଜାର ୮୬ ଜଣ ନୂଆ ଭୋଟରଙ୍କୁ ଭୋଟର ତାଲିକାରେ ପଂଜିକୃତ କରାଯାଇଥିଲା ଏବଂ ୫ ହଜାର ୪୫୭ ଜଣ ଭୋଟରଙ୍କ ତାଲିକାରେ ଥିବା ତ୍ରୁଟି ସଂଶୋଧନ କରାଯାଇଥିଲା । ସେହି ଭୋଟରମାନଙ୍କୁ ଖୁବ୍ ଶୀଘ୍ର ଭୋଟର ଫଟୋ ପରିଚୟ ଯୋଗାଇ ଦିଆଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପ୍ରକାଶ କରିଛନ୍ତି । ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମରେ ନିୟୋଜିତ ଥୁବା ଜିଲ୍ଲାର ସମସ୍ତ ବି.ଏଲ୍.ଓ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ କାର୍ଯ୍ୟକୁ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀ ବିମଳେନ୍ଦୁ ରାୟ ପ୍ରଶଂସା କରିବା ସହ ଆସନ୍ତା ୨୫ ତାରିଖ (ଶନିବାର) ହେବାକୁ ଥିବା ଶେଷ ସ୍ୱତନ୍ତ୍ର ଅଭିଯାନ ଦିବସରେ ପ୍ରତି ବୁଥରେ ଅଂଶଗ୍ରହଣ ନିମନ୍ତେ ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.